ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରରେ ପଟ୍ଟଦିଅଁଙ୍କ ପୂଜାରମ୍ଭ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ରଥଯାତ୍ରାର ପ୍ରଥମ ପର୍ବ ଦେବସ୍ନାନ ପୁର୍ଣିମା ସମାପନ ପରେ ତିନି ଠାକୁର ଅଣସର ଘରକୁ ଗଲେ. ଅଣସର ଘରକୁ ତିନି ଠାକୁର ଯିବା ପରେ ଗତକାଲି ଠାରୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରଭୁ ଶ୍ରୀବଳଭଦ୍ର, ମାସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବଦଳରେ ପଟ୍ଟଦିଅଁଙ୍କ ପୂଜାରମ୍ଭ ହୋଇଛି.

ପ୍ରତେକ ଦିନ ଭଳି ଗତକାଲି ଠାରୁ ପଟ୍ଟଦିଅଁଙ୍କୁ ମଙ୍ଗଳ ଆଳତୀ ଦ୍ୱାରା ଯଥା ବିଧିରେ ପାରଳା ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜା ପାଠ ଆଦି ଚାଲୁ ରହିଛି. ବର୍ତ୍ତମାନ ଭକ୍ତ ଓ ଶ୍ରଦ୍ଧାଳୁମାନେ ପାରଳା ଶ୍ରୀଜଗନ୍ନାଥ ମନ୍ଦିରକୁ ଆସି ପଟ୍ଟଦିଅଁଙ୍କୁ ଦ୍ବୀପ ଦାନ କରି ଅତ୍ୟନ୍ତ ଭକ୍ତିପୂତ ଭାବେ ପୂଜା ପାଠ କରୁଥିବା ଲକ୍ଷ୍ୟ କରାଯାଇଛି. ତିନି ଠାକୁରଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ପାରଳା ଜଗନ୍ନାଥ ମନ୍ଦିରରେ ଏହି ପଟ୍ଟଦିଅଁଙ୍କ ପୂଜା ପାଠ ଓ ଭକ୍ତଙ୍କ ପାଇଁ ଦର୍ଶନ ଚାଲୁ ରହିବ ବୋଲି ଶ୍ରୀଜଗନ୍ନାଥଙ୍କ ଭକ୍ତ ଦୁର୍ଗାମାଧବ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି.

Exit mobile version