ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍)  :-  ଭାରତ ସରକାର ଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଓ ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସାରା ରାଜ୍ୟ ରେ ଧରତି ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ରାୟଗଡା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଗୋସାଇଁ ଗୁଲୁମୁଣ୍ଡା ଠାରେ ଆୟୋଜିତ ହୋଇଛି। ବିଭାଗ ତରଫରୁ ଏହି ବ୍ଲକ ରେ ୫୦୦ କିମ୍ବା ତଦୁର୍ଦ୍ଧ୍ବ ଜନସଂଖ୍ୟା ଏବଂ ଅତି କମ ରେ ୫୦ ପ୍ରତିଶତ ଅନୁସୂଚିତ ଜନଜାତି ବସବାସ କରୁଥିବା ୧୦ ଟି ପଞ୍ଚାୟତ ର ୨୧ ଟି ଗ୍ରାମ କୁ ଏହି କାର୍ଯ୍ୟକ୍ରମ ରେ ଅନ୍ତର୍ଭୁକ୍ତ କରାଯାଇଛି।

ମୁଖ୍ୟତଃ ଏହି ଜନଜାତି ଗ୍ରାମ ରେ ଭିତ୍ତିଭୂମି,ସ୍ବାସ୍ଥ୍ୟ,ଶିକ୍ଷା ଓ ଜୀବିକା ର ବିକାଶ ପାଇଁ ସଚେତନ କରାଯାଇଥିଲା।ଏଥି ସହିତ ସରକାର ଙ୍କ ବିଭିନ୍ନ ବିଭାଗ ର ମିଳିତ ପ୍ରୟାସ ରେ ଉକ୍ତ ଗ୍ରାମ ରେ ବସବାସ କରୁଥିବା ଜନଜାତି ଙ୍କ ପାଇଁ ନିରାପଦ ବାସସ୍ଥାନ, ବିଶୁଦ୍ଧ ପାନୀୟ ଜଳ,ପରିମଳ,ଉନ୍ନତ ଶିକ୍ଷା,ସ୍ୱାସ୍ଥ୍ୟ,ସଡ଼କ ଓ ଦୂରସଂଚାର ସଂଯୋଗିକରଣ,ବିଦ୍ୟୁତୀକରଣ ଓ ଚିର ସ୍ଥାୟୀ ଜୀବିକା ସୃଷ୍ଟି ନିମନ୍ତେ ଗୁରୁତ୍ଵ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ ଯୋଗ ଦେଇ ଜନଜାତି ସଶକ୍ତିକରଣ ରେ ଏହି କାର୍ଯ୍ୟକ୍ରମ ଏକ ଦୂରଦୃଷ୍ଟି ସମ୍ପନ୍ନ ପ୍ରୟାସ ବୋଲି ମତ ପ୍ରକାଶ କରିଥିଲେ।ସମ୍ମାନିତ ଅତିଥି ରୂପେ ସରପଞ୍ଚ ଦେବୀ ନିମାଲା

,ସମିତି ସଭ୍ୟ ସୁଷମା ଗୁରୁ,ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସନ୍ମୁଖା ପାତ୍ର,ଭାରପ୍ରାପ୍ତ ଜିପିଡିଓ ପଦ୍ମନ ସାହୁ ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ,ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ପୁଲାକା ପ୍ରମୁଖ ଯୋଗ ଦେଇ ଜନଜାତି ସଶକ୍ତିକରଣ ନିମନ୍ତେ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟ ରେ ଅବଗତ କରିଥିଲେ।ଏଥି ସହିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର,ସ୍ୱାସ୍ଥ୍ୟ ,ଜଙ୍ଗଲ ଓ ପରିବେଶ ,ରାଜସ୍ବ ,କୃଷି ,ଉଦ୍ୟାନ କୃଷି ଓ ମହିଳା ଶିଶୁ ବିକାଶ ବିଭାଗ ଅଧିକାରୀ ଯୋଗ ଦେଇ ଜନଜାତି ଙ୍କ ନିମନ୍ତେ ଉପଯୋଗୀ ବିଭିନ୍ନ ଯୋଜନା ବାବଦ ରେ ସୂଚନା ଦେଇଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନା ରେ ଅଜିତ କୁମାର ଚୌଧୁରୀ ,ସନ୍ତୋଷ ବେହେରା ସହଯୋଗ କରିଥିଲେ।

Exit mobile version