Home ଓଡ଼ିଶା ଗୁଣପୁର ପୈାରପରିଷଦ କେଳେଙ୍କାରୀ : ଦଲାଲ୍ ସାଜିଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗୁଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ପୈାର ପରିଷଦ ହେବା ଦିନଠାରୁ ସହରର ଉନ୍ନତି ଅପେକ୍ଷା ଦୁର୍ନୀତି ବହୁ ମାତ୍ରାରେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ସରକାରୀ ବାବୁମାନେ ସିଧାସଳଖ ଲାଞ୍ଚ ନନେଇ ଆଉଟ୍ ସୋର୍ସିଙ୍ଗ କର୍ମଚାରୀଙ୍କୁ ହାତ ଵାରିସି କରି ରଖିଛନ୍ତି । ଗୁଣପୁର ପୈାର ପରିଷଦର ଏଭଳି ଜଣେ ଦଲାଲ୍ ହେଉଛି ଦାମୋଦର ମୁଗୁଲିପୁରି । ଗୁଣପୁର ପୈାର ପରିଷଦରେ ଜଣେ ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ଭାବେ ଦୀର୍ଘ ଚାରିବର୍ଷ ହେବ କାର୍ଯ୍ୟ କରୁଛନ୍ତି । ଗୁଣପୁର ପୈାର ପରିଷଦର ବଡ ଆରସିଙ୍ଗଗୁଡା, ୱାର୍ଡ ନମ୍ବର ୧୭ର ସମସ୍ତ ଦାୟିତ୍ବ ବାବୁ ଜଣକ ତୁଲାଇଥାନ୍ତି । ୱାର୍ଡ ବାସୀଙ୍କ କହିବା ମୁତାବକ ପ୍ରତି କାର୍ଯ୍ୟରେ ଲାଞ୍ଚ ନେଵା ଦାମୋଦର ବାବୁଙ୍କ ପେଷା ଓ ନିଶା । ରାସନ କାର୍ଡ ପାଇଁ ୩୦୦୦ , ସୁଭଦ୍ରା ଯୋଜନା ପାଇଁ ୫୦୦୦ , ପେନସନ ପାଇଁ ୩୦୦୦ , ଆବାସ ଯୋଜନା ପାଇଁ ୫୦୦୦୦ ଏଭଳି ଶୁଳ୍କ ସ୍ଥିର କରିଛନ୍ତି ଦାମୋଦର ଵାବୁ । ଟଙ୍କା ନଦେଲେ କାମ ହେବନାହିଁ ବୋଲି ରୋକ ଠୋକ ମନା କରିଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଗଷ୍ଟ -୨୦୨୪ ମସିହାରେ ଦିଆଯାଇଥିବା ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା , ବାର୍ଦ୍ଧକ୍ୟ ଭତ୍ତା ଦରଖାସ୍ତ ସବୁ ଟଙ୍କା ନଦେବାରୁ ଆଜି ପର୍ଯ୍ୟନ୍ତ ହୋଇପାରିନି । ଅଫିସରେ ଗ୍ରାମବାସୀ ପାଟିତୁଣ୍ଡ କରିବା ପରେ ବାବୁ ଜଣକ ଦରଖାସ୍ତ ଫେରାଇ ଦେଵା କଥା ଗ୍ରାମବାସୀ କହିଛନ୍ତିି । ବାବୁ ଜଣକ ବଡ଼ ଆରସିଙ୍ଗଗୁଡା ଗ୍ରାମରେ ଶୌଚାଳୟ ଦୁର୍ନୀତି , ମୁକ୍ତା ଯୋଜନା ଦୁର୍ନୀତି ରେ ସାମିଲ୍ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶେଷ କରି ବଡ଼ ଆରସିଙ୍ଗଗୁଡା ଗ୍ରାମର ୬ ଟି ଆବାସ ଘର ବାବଦରେ ଦାମୋଦର ଵାବୁ ଏକ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଗ୍ରାମବାସୀ କହିଛନ୍ତିି । ଟଙ୍କା ଦେଇ ନପାରିଲେ ଏଟିଏମ୍ କାର୍ଡ ନେଇ ଟଙ୍କା ଉଠାନ୍ତି ଦାମୋଦର ଵାବୁ । ଯଦି ରାସ୍ତା , ପାଣି , ବିଜୁଳି , ଶୌଚାଳୟ , ଘର ଏପରି ମୈାଳିକ ସୁବିଧା ପାଈଁ ଲାଞ୍ଚ ଦେବାକୁ ପଡେ, ତେବେ ସରକାରଙ୍କ ଯୋଜନା ସବୁ କାହାପାଇଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଯଥାଶୀଘ୍ର ଏଭଳି ଦୁର୍ନୀତି ଗ୍ରସ୍ତ କର୍ମଚାରୀ କୁ ପୈାର ପରିଷଦରୁ ବାହାର କରିବାକୁ ବଡ଼ ଆରସିଙ୍ଗଗୁଡା ଗ୍ରାମଵାସୀ ଦାବି କରିଛନ୍ତି , ନଚେତ ଆଗାମୀ ଦିନରେ ପୈାର ପରିଷଦ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି । ଆମେ ଦାମୋଦର ବାବୁଙ୍କ କେଳେଙ୍କାରୀ ବିଷୟରେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ ଙ୍କୁ ଅବଗତ କରାଇଥିଲୁ । ନିର୍ବାହୀ ଅଧିକାରୀ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଗାମୀ ଅଧ୍ୟାୟର ଦାମୋଦର ବାବୁଙ୍କ ଆଉକିଛି ଦୁର୍ନୀତି ଲୋକଲୋଚନାକୁ ଆଣିବୁ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026