Home ଅପରାଧ ଆଦିବାସୀ ଅଧ୍ୟୁଷିତ ମୋହନା ଥାନା ଅଂଚଳରେ ନାବାଳିକାକୁ ୬୦ ବର୍ଷର ବୃଦ୍ଧ ମାମୁର ଦୁଷ୍କର୍ମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- 60 ବର୍ଷର ବୃଦ୍ଧ ତଥା ସମ୍ପର୍କୀୟ ମାମୁ ଜଣେ ନାବାଳିକା ଭାଣିଜୀକୁ ଦୁଷ୍କର୍ମ କରିଥିବା ଏକ ଖବର ହସ୍ତଗତ ହୋଇଛି. ଘଟଣାଟି ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଘଟିଛି.ଏହି ଘଟଣା ନେଇ ପରିବାର ଲୋକେ ମୋହନା ଥାନାରେ ଅଭିଯୋଗ କରିଛନ୍ତି I ଘଟଣାରୁ ପ୍ରକାଶ, ନାରୀଙ୍ଗୀଗାଁର ଜଣେ ୬୦ ବର୍ଷୀୟ ବୃଦ୍ଧ ରାଇଗୁଡ଼ା ଗାଁକୁ ଭୋଜି କାର୍ଯ୍ୟରେ ଯୋଗଦେଇଥିଲେ। ଭୋଜି ସରିବା ପରେ ଫେରିବା ବାଟରେ ପଡୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ l ସେଠାରେ ପରିବାର ବର୍ଗ ନଥିବା ବେଳେ କେବଳ ନାବାଳିକା ଝିଅ ଏକା ଥିଲା| ଏହାର ସୁଯୋଗ ନେଇ ୬୦ ବର୍ଷର ବୃଦ୍ଧ ସମ୍ପର୍କୀୟ ମାମୁଁ ଜଣକ ନାବାଳିକା ଭାଣିଜୀଙ୍କୁ ଦୁଷ୍କର୍ମ କରିଥିଲେ I ବାପା, ମା’ ଘରକୁ ଫେରିବା ପରେ ଏନେଇ ନାବାଳିକା ଜଣକ ଜଣାଇଥିଲେ. ନାବାଳିକାଙ୍କ ବାପା, ମା ଘଟଣା ସମ୍ପର୍କରେ ଜାଣିବା ପରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ. ମୋହନା ପୋଲିସ ସମ୍ପୃକ୍ତ ନାବାଳିକାକୁ ଡାକ୍ତରୀ ମାଇନା ଓ ଆବଶ୍ୟକ ଚିକିତ୍ସା ପ୍ରଦାନ କରିଥିଲେ. ପୋଲିସ ମୋହନା ଥାନାରେ ଘଟଣା ନେଇ ଏକ ମକଦ୍ଦମା ରୁଜୁ କରିବା ସହ ୬୦ ବର୍ଷ ବୃଦ୍ଧଙ୍କୁ ଗିରଫ କରିଥିବା ସୂଚନା ମିଳିଛି । Categories: ଅପରାଧ, ଓଡ଼ିଶା, ଗଜପତି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026