Home ଓଡ଼ିଶା ନିଜଘର ଠାକୁରଙ୍କୁ ହାତୀବେଶରେ ସଜ୍ଜିତ କଲେ କୁନି ଭକ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ନଗରର ବିଜୟ କୁମାର ଶତପଥୀ ଓ ବନ୍ଦନା ଦାଶଙ୍କ ପୁତ୍ର ବୈଭବ ଶତପଥୀ ୧୩ ବର୍ଷ ବୟସରୁ ନିଜ ଘରେ ରଖିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା ସହ ସ୍ନାନ ଓ ହାତୀବେଶ ସ୍ନାନପୂର୍ଣ୍ଣିମା ଅବସରରେ କରାଇଥିଲେ । ୧୦୮ ଗଡୁରେ ଜଳ ଆଣି ସ୍ନାନ କରାଇଥିଲେ । ପରେ ତିନି ଠାକୁରଙ୍କୁ ହାତୀବେଶରେ ସଜ୍ଜିତ କରିଥିଲେ । ସେ ବର୍ତ୍ତମାନ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି । ସକାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ସହ ଶ୍ରୀମନ୍ଦିର ନିତିକାନ୍ତି ଅନୁଯାଇ ସମସ୍ତ କାର୍ଯ୍ଯ କରିଥିଲେ । ତାଙ୍କର ପିତା କୁହନ୍ତି ବୈଭବ ପିଲାଦିନୁ ଜଗନ୍ନାଥଙ୍କ ଫଟୋଚିତ୍ର ଦେଖି ମୁଣ୍ଡିଆ ମାରୁଥିଲେ । ସବୁବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯାନିଯାତ ଓ ପର୍ବପର୍ବାଣୀ ଓ ବିଭିନ୍ନ ନିତିକାନ୍ତି ଓ ବେଶ ଉପରେ ଅଧିକ ଧ୍ୟାନ ଦେଉଥିଲେ । ଘରେ ଠାକୁର ପୂଜା କରିବା ସହ ପୂଜାପାଠ ଉପରେ ଧ୍ୟାନରତ ରହୁଛନ୍ତି । ସେ ଜଗନ୍ନାଥଙ୍କ ଜଣେ ଭକ୍ତ ଅଟନ୍ତି । ମହାପ୍ରଭୁଙ୍କ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦେଖି ମାତାପିତା ଆଶ୍ଚର୍ଯ୍ଯ ହୋଇଛନ୍ତି । ତାଙ୍କର ଏହି ଭକ୍ତିଭାବର ପ୍ରତିଭା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026