Home ଓଡ଼ିଶା ଶିକ୍ଷାବିତ୍ ପ୍ରଫେସର ପ୍ରଫୁଲ୍ଲ ମହାପାତ୍ରଙ୍କ ପରଲୋକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପୂର୍ବତନ ସଭାପତି ଓ ଏସ୍ସିଆରଟିର ପୂର୍ବତନ ନିର୍ଦ୍ଦେଶକ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡଃ. ପ୍ରଫୁଲ ଚନ୍ଦ୍ର ହାପାତ୍ରଙ୍କ ପରଲୋକ ହୋଇଯାଇଛି । ଡଃ ମହାପାତ୍ର ୮୪ ବର୍ଷ ବୟସରେ ଭୁବନେଶ୍ଵର ଆଇଆରସି ଭିଲେଜ ସ୍ଥିତ ବାସଭବନରେ ଇହଲୀଳା ସମ୍ବରଣ କରିଛନ୍ତି । ଅଧ୍ୟାପକରୁ ଚାକିରି ଜୀବନ ଆରମ୍ଭ କରିଥିବା ଡଃ ମହାପାତ୍ର ବିଭିନ୍ନ ସମୟରେ କଟକ ସ୍ଥିତ ଆରଏନଆଇ ଏଏସଇ (ଆରଏନଟି) ଟ୍ରେନିଂ କଲେଜ ଓ ଏସସିଆରଟି ରେ ପ୍ରଫେସର, କେନ୍ଦ୍ରସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟରେ ଏନଏସଏସର ଉପ କାର୍ଯ୍ୟକ୍ରମ ପରାମର୍ଶଦାତା ଭାବେ କାର୍ଯ୍ଯ କରୁଥିଲେ । ଓଡ଼ିଶାରେ ସମସ୍ତଙ୍କ ପାଇଁ ଶିକ୍ଷା ସେଲ୍ର ସଦସ୍ୟ ସଚିବ ଥିଲେ । ପଞ୍ଚମ ସର୍ବଭାରତୀୟ ଶିକ୍ଷା ସର୍ଭେରେ ରାଜ୍ୟ ସର୍ଭେ ଅଧିକାରୀ ଭାବେ କାର୍ଯ୍ଯ କରିଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ସଭାପତି ଓ ଏସିଆରଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ଏହା ଛଡ଼ା ସେ ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରାଣାଳୟ ଦ୍ବାରା ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଭୂମିକା ନେଇ ଗଠିତ ଟାସ୍କ ଫୋର୍ସର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ । ସେ ୧୯୯୯ ମସିହାରେ ଚାକିରୀରୁ ଅବସର ନେଇଥିଲେ। ଅବସର ପରେ ଡଃ ମହାପାତ୍ର ଓଡ଼ିଶା ସରକାରଙ୍କ ଦ୍ଵାରା ଗଠିତ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ଗଠିତ ଭିଜନ୍ ୨୦୨୦ ଟାସ୍କ ଫୋର୍ସର ସଦସ୍ୟ, ଭାରତ ସରକାରଙ୍କ ସ୍ଵାକ୍ଷରତା ମିଶନର କୋର ଗ୍ରୁପ୍ ସଦସ୍ୟ, ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅନୁସୂଚିତ ଜନଜାତି ଶିକ୍ଷା ସମିତି (ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ)ର ସଦସ୍ୟ ଭାବେ କାର୍ଯ୍ଯ କରୁଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ପରୀକ୍ଷା ସଂସ୍କାର କମିଟିର ଅଧ୍ୟକ୍ଷ, ଜାତୀୟ ପାଠ୍ୟକ୍ରମ ଫ୍ରେମ୍ ୱାର୍କର ସଦସ୍ୟ, ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନସିଟିଇ)ର ପୂର୍ବାଞ୍ଚଳ ଅଧ୍ୟକ୍ଷ ଓ ଓଡ଼ିଶା ଶିକ୍ଷା ବିକାଶ ସମିତିର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଏନସିଆରଟି ଦ୍ଵାରା ପ୍ରକାଶିତ ଓଡ଼ିଶାର ପଞ୍ଚମ ଶିକ୍ଷା ସର୍ଭେ, ଓଡ଼ିଶାର ଶିକ୍ଷା ପ୍ରସାଶନିକ ସର୍ଭେ,ଭାରତରେ ଶିକ୍ଷକ ଶିକ୍ଷା, ସମସ୍ତଙ୍କ ପାଇଁ ଶିକ୍ଷା ଆଦି ପୁସ୍ତକ ଲେଖୁବା ସହ ତାଙ୍କ ଦ୍ବାରା ଲିଖିତ ୪୭ଟି ଗବେଷଣାତ୍ମକ ସନ୍ଦର୍ଭ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଜର୍ଣାଲ୍ରେ ପ୍ରକାଶିତ ହୋଇଥିଲା । ଏହା ବ୍ୟତିତ ସେ ରୋଟାରୀ କ୍ଲବର ସଦସ୍ୟ ଓ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘ (ଗୋପବନ୍ଧୁ ଖଦୀ ସୋସାଇଟି)ର ସଭାପତି ରହିଥିଲେ। ଡଃ ମହାପାତ୍ର ଜଣେ ସୁନାମଧନ୍ୟ ଶିକ୍ଷାବିତ ଓ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିଲେ । ସେ ଜଣେ ଅତ୍ୟନ୍ତ ମେଳପି, ସରଳ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗରେ ପୁରୀ ଭୁବନେଶ୍ଵର ଓ କଟକରେ ଶିକ୍ଷାବିତ ଓ ବୁଦ୍ଧିଜୀବୀ ମହଲରେ ଶୋକର ଛାୟା ଖେଳିଯାଇଛି । ସେ ପୁରୀର ଜଣାଶୁଣା ସାମ୍ବାଦିକ ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ବଡଭାଇ ଅଟନ୍ତି । ସେ ମଧ୍ଯ ପୁରୀର ପୂର୍ବତନ ବିଧାୟକ ଉମାବଲ୍ଲଭ ରଥଙ୍କ ବଡ ଭିଣୋଇ ଅଟନ୍ତି । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026