Home ଓଡ଼ିଶା ବିକଶିତ ଓଡିଶା ପାଇଁ ବିକଶିତ ପୁରୀ କର୍ମଶାଳା ଆୟୋଜିତ : ବିକଶିତ ଭାରତ ଆମର ଲକ୍ଷ୍ୟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବିକଶିତ ଓଡିଶା ପାଇଁ ସାମୁହିକ ସହଯୋଗ କାମନା କଲେ ଶିଳ୍ପ ମନ୍ତ୍ରୀ ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିକଶିତ ଭାରତ ଆମର ଲକ୍ଷ୍ୟ।୨୦୩୬ କୁ ବିକଶିତ ଓଡିଶା ଓ ୨୦୪୭ କୁ ବିକଶିତ ଭାରତ କରିବା ର ଧାର୍ଯ୍ୟ ଲକ୍ଷ୍ୟ କୁ ଆମେ ସମ୍ମିଳିତ ଉଦ୍ୟମ ରେ ପୂରଣ କରିବା ବୋଲି ଆହ୍ବାନ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ।ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ବିକଶିତ ଓଡିଶା ପାଇଁ ବିକଶିତ ପୁରୀ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ସ୍ବାଇଁ ବିକଶିତ ଭାରତ ଦେଶର ସମସ୍ତ ନାଗରିକଙ୍କ ସ୍ବପ୍ନ।ଭଲରେ ରହିବା, ଆର୍ଥିକ ଉନ୍ନତି କରିବା, ମୌଳିକ ସୁବିଧା ହାସଲ କରିବା ଇତ୍ୟାଦି ସମସ୍ତ ବ୍ୟବସ୍ଥା ଏଥିରେ ଅନ୍ତର୍ଭୁକ୍ତ।ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆହ୍ୱାନ ଓ ସଂକକ୍ପ କୁ ଆମେ ନିଶ୍ଚିତ ପୂରଣ କରିବା ବୋଲି ସେ ମତ ଦେଇଥିଲେ।ସରକାର ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ ଟି ଏକ ବର୍ଷ ମଧ୍ୟରେ ପୂରଣ କରିଥିବା ବେଳେ ଖୁବ ଶୀଘ୍ର ଅନ୍ୟ ଗୁଡିକ ପୂରଣ ହେବ।ଅର୍ଥନୀତି କୁ ସୁଦୃଢ କରି ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ର ଲକ୍ଷ୍ୟ ରଖାଯାଇଛି।ସମସ୍ତଙ୍କ ପ୍ରସ୍ତାବ ଓ ମତାମତ ଆଧାର ରେ ୨୦୩୬ ପାଇଁ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରା ଯାଉଛି।ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୦ ହଜାର ପ୍ରସ୍ତାବ ଲୋକ ମାନଙ୍କ ଠାରୁ ମିଳିଛି। ଗତ ଓଡିଶା କନକ୍ଲେଭ ରେ ୧୬ଲକ୍ଷ ୭୩ ହଜାର କୋଟି ଟଙ୍କାର ପୁଞ୍ଜି ଲଗାଣ ପ୍ରସ୍ତାବ ଆସିଥିବା ବେଳେ ପ୍ରଥମ ବର୍ଷ ରେ ୧ ଲକ୍ଷ ୨୯ ହଜାର କୋଟି ଇନଭେଷ୍ଟ ହୋଇଛି।ବିକଶିତ ଓଡିଶା ୨୦୩୬ ପାଇଁ ୩୬ଟି ରଣନୀତି ପ୍ରସ୍ତୁତ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେବା ସହ ଓଡିଶା ଗ୍ରୀନ ଏନର୍ଜିର ହବ ପାଲଟିଛି ବୋଲି କହିଥିଲେ। ସାଂସଦ ତଥା ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର ଡବଲ ଇଞ୍ଜିନ ସରକାର ସାଧାରଣ ଲୋକ ମାନଙ୍କ ଭରସା ଓ ବିଶ୍ବାସ ର ପ୍ରତିଫଳନ ଯାହା ବିକାଶକୁ ତ୍ବରାନ୍ବିତ କରୁଛି ବୋଲି କହିଥିଲେ।କୃଷି, ଶିଳ୍ପ, ପର୍ଯ୍ୟଟନ, ମତ୍ସ୍ୟ, ମହିଳା ବିକାଶ କ୍ଷେତ୍ରକୁ ସୁଦୃଢ କରାଯିବା ସହ ବର୍ଷା ଜଳକୁ ଉପଯୋଗ କରି ଦୁଇ ଫସଲ କୁ ପ୍ରୋତ୍ସାହିତ କରାଯାଉଛି। ଦେଶର ଅର୍ଥ ନୀତି ରେ ଅନେକ ସୁଧାର ହୋଇଛି।ଭାରତ ୨୦୨୭ ସୁଦ୍ଧା ବିଶ୍ବ ର ତୃତୀୟ ବିକଶିତ ଅର୍ଥ ନୈତିକ ରାଷ୍ଟ୍ରହେବ ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇ ବିକଶିତ ଭାରତ ଓ ବିକଶିତ ଓଡିଶା ସମ୍ପର୍କରେ ଆଲୋଚନା କରି ବିବିଧ ପ୍ରସ୍ତାବ ମାନ ଦେଇଥିଲେ।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ବାଗତ କରିଥିଲେ।ବୁଦ୍ଧିଜୀବୀ ଶିକ୍ଷାବିତ କୈଳାସ ଚନ୍ଦ୍ର ଟୀକାୟତରାୟ, ଡା ଅରୁଣ କୁମାର ଦାସ, ରାଜ କିଶୋର ପାତ୍ର,ହରିହର ହୋତା, କାର୍ତ୍ତିକ ଚନ୍ଦ୍ର ଦାଶ,ଚକ୍ରଧର ମହାପାତ୍ର, ସିଦ୍ଧାର୍ଥ ରାୟ ଓ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ପୁରୀ ବିକାଶ ପାଇଁ ବିବିଧ ପ୍ରସ୍ତାବ ମାନ ଦେଇଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସଭା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଯୋଜନା ଓ ପର୍ଯ୍ଯାଲୋଚନା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀଧର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ପ୍ରାରମ୍ଭରେ ଏକ ସଚେତନତା ରଥକୁ ଅତିଥି ମାନେ ଉଦଘାଟନ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026