Home ଓଡ଼ିଶା ପ୍ରଦ୍ଯୂଷଣ ରୋକିବା ପାଇଁ ଭାରତୀୟ ମଜଦୁର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ମଜଦୁର ସଂଘ ( ବିଏନଏସ) ପୁରୀ ଜିଲ୍ଲା ପକ୍ଷରୁ ପ୍ରଦ୍ଯୂଷଣ ରୋକିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ପରିବେଶ ପ୍ରଦ୍ଯୂଷଣ, ଜଳ ସଙ୍କଟ, ବୃକ୍ଷ କାଟିବା ଓ ଦୂଷିତ ପରିବେଶ ଦ୍ବାରା ଜନସାଧାରଣ ଓ ଶ୍ରମିକ ମାନଙ୍କ ଉପରେ ଭୟଙ୍କର ପ୍ରଭାବ ପଡୁଛି । ବାୟୁ ପ୍ରଦ୍ଯୂଷଣ ରୋକିବା ପାଇଁ ଇଲେକ୍ଟ୍ରୋନିକ୍ସ ଡିସପ୍ଲେ ବୋର୍ଡ ସ୍ଥାପନ କରାଯାଉ । ନଦୀ ଓ ନାଳଜଳ ପ୍ରଦ୍ଯୂଷଣ ବନ୍ଦ କରିବା ପାଇଁ ବ୍ଯବସ୍ଥା କରାଯାଉ । ବୃକ୍ଷ କାଟିବା ଉପରେ କଡା ପଦକ୍ଷେପ ନିଆଯାଉ ଓ ଅଧିକ ସଂଖ୍ୟାରେ ବୃକ୍ଷ ରୋପଣ କରାଯାଉ । ସିଙ୍ଗିଲ ୟୁଜ ପ୍ଲାଷ୍ଟିକ ବ୍ଯବହାର ସମ୍ପର୍ଣ୍ଣ ବନ୍ଦ କରାଯାଉ । ସରକାରୀ ଓ ବେସରକାରୀ ଗୃହରେ ବର୍ଷା ଜଳ ସଂରକ୍ଷଣ କରାଯାଉ । ଶିଳ୍ପ ସଂସ୍ଥା କରୁଥିବା ପ୍ରଦ୍ଯୂଷଣକୁ ରୋକାଯାଉ ଓ ଶବ୍ଦ ପ୍ରଦ୍ଯୂଷଣକୁ ନିୟନ୍ତ୍ରଣ କରାଯାଉ । ଏହି ସବୁ ଦାବି ଗୁଡିକ ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ଦାବିପତ୍ରରେ ଜଣାଇଛନ୍ତି । ଦାବିପତ୍ର ଦେବା ସମୟରେ ଜିଲା ସଭାପତି ରାଜ କୁମାର ମିଶ୍ର ,ସମ୍ପାଦକ ବିଶ୍ବ ନାରାୟଣ ଦାଶ, ଯୋଗେନ୍ଦ୍ର ପାତ୍ର, ପ୍ରିୟବ୍ରତ ଜେନା, ସରସ୍ଵତୀ ଜେନା, ରଞ୍ଜିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026