Home ଓଡ଼ିଶା କାବ୍ୟାଞ୍ଜଳି କବିତା ସଂକଳନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଉନ୍ମୋଚିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଓଡ଼ିଆ ସାହିତ୍ୟ ଆକାଶ ରେ ଏହା ଏକ ତାଜୁଲ୍ଯମାନ କିର୍ତ୍ତି ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବା କୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ବାନ। ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପବିତ୍ର ମହାକୁମ୍ଭ ଆଧାର ରେ ପ୍ରସ୍ତୁତ ଆଧ୍ୟାତ୍ମିକ କବିତା ସଂକଳନ ବା କଫି ଟେବୁଲ ବୁକ ଓଡ଼ିଆ ସାହିତ୍ୟ ଆକାଶ ରେ ଏକ ତାଜୁଲ୍ଯମାନ କିର୍ତ୍ତି ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପ ରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଓଡିଶା ବାସୀ ଓ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ।ପରେ ରଥ ଖଳାରେ ପହଞ୍ଚି ରଥ ନିର୍ମାଣ କାର୍ଯ୍ୟ କୁ ଅନୁଧ୍ୟାନ କରିଥିଲେ।ପରେ ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଠାରେ ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରସ୍ତୁତ କାବ୍ୟାଞ୍ଜଳି କଫି ଟେବୁଲ ବୁକର ଅନାବରଣ କରିଥିଲେ। ନିଜ ଅଭିଭାଷଣ ରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ କୁମ୍ଭମେଳାରେ ୬୬ କୋଟି ଶ୍ରଦ୍ଧାଳୁ ସ୍ନାନ କରିଥିଲେ।ମୁଁ ମଧ୍ୟ ବ୍ୟକ୍ତି ଗତ ଭାବେ ସେଠାରେ ସ୍ନାନ କରି ସାଧୁ,ସନ୍ଥ,ମହାତ୍ମା ମାନଙ୍କ ମିଶିବାର ସୁଯୋଗ ପାଇଥିଲି।ସ୍ନାନ ମନ୍ତ୍ରକୁ ଉଚ୍ଚାରଣ କରି ଆମେ ନଦୀ, ପୋଖରୀ ବା ସ୍ନାନାଗାର ରେ ସ୍ନାନ କରିଥାନ୍ତି।କିନ୍ତୁ ମହାକୁମ୍ଭର ପବିତ୍ର ଓ ପ୍ରାକୃତିକ ପରିବେଶରେ ପବିତ୍ର ସ୍ନାନ ଅଦ୍ଭୁତ ଓ ଅବିସ୍ମରଣୀୟ। ସେହି ମହାକୁମ୍ଭ ଆଧାର ରେ ପ୍ରସ୍ତୁତ ଏହି ଆଧ୍ୟାତ୍ମିକ କବିତାଞ୍ଜଳି କଫି ଟେବୁଲ ବହିଟି ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚିତ,ଯାହା ଆମ ଭାଷା, ସାହିତ୍ୟ, ସଂସ୍କୃତି ଓ ଅସ୍ମିତାର ପ୍ରତୀକ।ସାରଳା ଦାସ, ଜଗନ୍ନାଥ ଦାସ,ଗଙ୍ଗାଧର ମେହେର, ଫକୀରମୋହନଙ୍କ ସାହିତ୍ୟ କୃତି ଆମ ଭାଷା ସାହିତ୍ୟ କୁ ସମୃଦ୍ଧ କରିଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଏହି ପୁସ୍ତକ ଉନ୍ମୋଚନ ଏକ ବିରାଟ ଉପଲବ୍ଧି।୨୦୩୬ ବିକଶିତ ଓଡିଶା ଓ ୨୦୪୭ ବିକଶିତ ଭାରତ ପାଇଁ ଆମେ ସମସ୍ତେ ସମବଦ୍ଧ ଭାବେ କାର୍ଯ୍ୟ କରିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଏହି ଉପାଦେୟ କଫି ଟେବୁଲ ବହି ଟି ଏୟାର ପୋର୍ଟ ମାନଙ୍କ ରେ ରଖିଲେ ଏହା ଅନେକ ଲୋକ ଙ୍କୁ ନୂତନ ଦିଶା ଦେଖାଇ ପାରିବ ବୋଲି କହିବା ସହ ରଥଯାତ୍ରା ଅବସରରେ ଏହି ଭଳି ପୁସ୍ତକ ପ୍ରକାଶନ ପାଇଁ ଅନୁରୋଧ କରିଥିଲେ।ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଦିଲ୍ଲୀପ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ବିଭିନ୍ନ ମଠର ମହନ୍ତ ମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସାହିତ୍ୟିକ ଭବାନୀ ପ୍ରସାଦ ମିଶ୍ର, ସୁରେଶ କୁମାର ସାହୁ,ଡଃ ପ୍ରିତି ପ୍ରତିଭା ଭୋଳ,ଡଃ ହାଡିବନ୍ଧୁ ପାଣିଗ୍ରାହୀ, ସୁବ୍ରତ ନାୟକ, କୁଳମଣି ରାଉତ, ଡଃ ଅମୀୟ ମହାପାତ୍ର, ମାତୃଦତ୍ତ ମହାନ୍ତି, ନିରଞ୍ଜନ ରଥ,ଶ୍ୟାମ ପ୍ରକାଶ ସେନାପତି, ଚିନ୍ମୟ ବିବେକ, ଦୟାନିଧି ଲେଙ୍କା ଓ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ଦଲାଲ ଙ୍କ କବ୍ଜାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର by Proprietor Abhimanyu Maharana August 4, 2026 ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026