Home ଓଡ଼ିଶା କଟକରେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଉଦଘାଟିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢିତୋଳିବା ଏହି ସମାଵେଶର ଲକ୍ଷ୍ୟ । ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ଶୁକ୍ରବାର ସକାଳେ ରାଜ୍ୟସ୍ତରୀୟ ନାରୀ ଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା । ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡିଶାର ନାରୀ ଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢିତୋଳିବା । ସରକାର ଏକ ବର୍ଷ ପୂରଣ ପରେ ଦ୍ଵିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ। କାରଣ, ଆମେ ବିଶ୍ବାସ କରୁ ଯେ ଯେତେ ପର୍ଯ୍ୟନ୍ତ ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇ ନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ । ଐତିହାସିକ ସହର କଟକ ଠାରେ ଏହିକାର୍ଯ୍ୟକ୍ରମର ଶୁଭାରମ୍ଭ ଓଡିଶାର ମାଆ ଓ ଭଉଣୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ଯୁଗ ଆଣିବ ବୋଲି ମୁଁ ଦୃଢ ନିଶ୍ଚିତ । ନାରୀ ମାନଙ୍କ ସଶକ୍ତିକରଣ ପାଇଁ ଆମର ସବୁଠୁ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା ଯୋଜନା । ଓଡିଶାର ବିଭିନ୍ନ ଅଞ୍ଚଳରେ ଅନେକ ମା’ ମାନେ ସୁଭଦ୍ରା ସହାୟତାକୁ ଏକାଠି କରି ବିଭିନ୍ନ ପ୍ରକାର ଅର୍ଥନୈତିକ କାରବାର, ମିଳିତ କୃଷି କାର୍ଯ୍ୟ କରି ନିଜ ପରିବାରପାଇଁ ଭଲ ରୋଜଗାର କରୁଛନ୍ତି । ଏହି ସୁଭଦ୍ରା ସହାୟତା ହେଉଛି ମାଆ ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏକ ଲମ୍ବା ଯାତ୍ରା । ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜୀ ‘“ଲକ୍ଷପତି ଦିଦି” ଯୋଜନାର ପରିକଳ୍ପନା କରିଥିଲେ । ଏହା ଆମ ରାଜ୍ୟ ପାଇଁ, ବିଶେଷ ଭାବେ ଆମ ରାଜ୍ୟର ମା’ ମାନଙ୍କ ପାଇଁ ଖୁସିର ବିଷୟ ଯେ ଓଡ଼ିଶା ବର୍ତ୍ତମାନ “ଲକ୍ଷପତି ଦିଦି” ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି। ଆମେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ। ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନାରୀ ଶକ୍ତିର ଅମୃତ ଚେତନାରେ ଉଦ୍ଦୀପିତ ହୋଇ ଏକ ବିକଶିତ, ସମୃଦ୍ଧ ଏବଂ ଗର୍ବିତ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ନେବା ପାଇଁ ଆହ୍ୱାନ ଦେଇଥିଲେ। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ଆଜିର ଏହି ଉତ୍ସବ କେବଳ ସମ୍ମାନର ନୁହେଁ, ବରଂ ଓଡ଼ିଶାକୁ ଏକ ସମାନତା, ସମୃଦ୍ଧି ଓ ପ୍ରଗତିର ରାଜ୍ୟ ଭାବେ ଗଠନ କରିବାର ସଂକଳ୍ପ ଉତ୍ସବ । ମୁଁ ଆପଣ ସମସ୍ତଙ୍କୁ କଥା ଦେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ସୁଭଦ୍ରା ସହାୟତା ଓ ସ୍ଵୟଂ ସହାୟକ ଗୋଷ୍ଠୀର କାର୍ଯ୍ୟଶୈଳୀକୁ ଆହୁରି ତ୍ୱରାନ୍ୱିତ କରି ଆଗାମୀ ବର୍ଷରେ ଆମେ ପ୍ରତି ପରିବାରର ଜଣେ ଲକ୍ଷପତି ଦିଦି ଓ ପ୍ରତି ପଞ୍ଚାୟତରେ ଜଣେ କରୋଡ଼ ପତି ଦିଦି ସୃଷ୍ଟି କରିବୁ । ଏହି ଅବସରରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପୋଷଣ ଅଭିଯାନରେ ତୃଣମୂଳ ସ୍ତରରୁ ରାଜ୍ୟସ୍ତରର ବିଭିନ୍ନ ଲିଖିତ ଓ ଫଟୋ ଚିତ୍ର ସମ୍ବଳିତ ଏକ କଫି ଟେବୁଲ ବୁକ ମୁଖ୍ୟମନ୍ତ୍ରୀ ଓ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରାଯାଇଥିଲା । ଏଥିସହିତ ମହିଳା ସଶକ୍ତିକରଣ ବିଭାଗ ଦ୍ୱାରା ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳା ମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କଟକ ସାଂସଦ, ଶ୍ରୀ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ, ବଡମ୍ବା ବିଧାୟକ ଶ୍ରୀ ବିଜୟ ଦଳବେହେରା, ନିଆଳି ବିଧାୟକ ଶ୍ରୀ ଛବି ମଲ୍ଲିକ, ମାହାଙ୍ଗା ବିଧାୟକ ଶ୍ରୀ ସାରଦା ପ୍ରସାଦ ପ୍ରଧାନ ଓ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଧନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026