Home ଓଡ଼ିଶା ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ନେଇ ବିକାଶ ମେଳା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାଲକାନଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଡିଏନକେ ଖେଳ ପଡିଆ ଠାରେ ବିକାଶ ମେଳାର ଶୁଭାରମ୍ଭ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ପ୍ରଦୀପ ନାୟକ,ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ମୁଖ୍ୟ ଅତିଥି ଇଂ ମାଝୀ ବିକାଶ ବାହନର ଶୁଭାରମ୍ଭ କରିଥିଲେ। ଏହା ଜିଲ୍ଲା ମୁଖ୍ୟାଳୟରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକ ସମେତ ସମସ୍ତ ଗ୍ରାମ ପଞ୍ଚାୟତ ବୁଲି ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ଉପରେ ଲୋକଙ୍କୁ ସଚେତନ କରିବ । ସେହିପରି ସନ୍ଧ୍ୟାରେ ଓରମାସ ପକ୍ଷରୁ ଆୟୋଜିତ ବିକାଶ ମେଳାର ଷ୍ଟଲ ଗୁଡ଼ିକୁ ମଧ୍ଯ ଇଂ ମାଝୀ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଛନ୍ତି। ସମସ୍ତ ଅତିଥି ମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୫୦ ଗୋଟି ଷ୍ଟଲ ବୁଲି ଦେଖିଛନ୍ତି । ୨୫ ଗୋଟି ଷ୍ଟଲରେ ଜିଲ୍ଲା ପ୍ରଶାସନର ସ୍ବାସ୍ଥ୍ୟ, କୃଷି, ସାମାଜିକ କଲ୍ୟାଣ, ଶିକ୍ଷା, ଉଦ୍ୟାନ କୃଷି, ଶିଳ୍ପ, ବୟନ ଶିଳ୍ପ, ଶିଶୁ ସୁରକ୍ଷା, ଗ୍ରାମ୍ୟ ଗୃହ, ମନରେଗା, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଅବକାରୀ, ଜନଜାତି ଉନ୍ନୟନ, କେବିକେ, ଜଙ୍ଗଲ, ସାମାଜିକ ସୁରକ୍ଷା ଓ ବ୍ୟାଙ୍କିଙ୍ଗ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ଉପରେ ଷ୍ଟଲ ପ୍ରଦର୍ଶନ କରାଯାଇଛି। ସେହିପରି ମିଶନ ଶକ୍ତି ମହିଳା ମାନେ ପାରମ୍ପରିକ ଖାଦ୍ୟ ଷ୍ଟଲ୍ କରିଛନ୍ତି। ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଜନଜାତି ପରମ୍ପରାକୁ ନେଇ ଏକ ଜନଜାତି ଗୃହ ପ୍ରଦର୍ଶନ କରାଯାଇଛି। ସାଂସ୍କୃତିକ ସଂଧ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଜିଲ୍ଲାର ଲୋକ କଳାକାର ମାନେ ପାରଂପରିକ ଲୋକ ନୃତ୍ୟ ପରିବେଷଣ କରିଥିଲେ। ଜୁନ୍ ୧୨ ରୁ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲା ସ୍ତରୀୟ ବିକାଶ ମେଳା ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ପୂର୍ବାହ୍ନରେ ବିଭିନ୍ନ ବିଷୟବସ୍ତୁ ନେଇ ଆଲୋଚନା ଚକ୍ର ଆୟୋଜନ କରାଯିବ। ଏଥିରେ ମହିଳା, କୃଷକ ସଶକ୍ତିକରଣ ଓ ଜନଜାତି ଉନ୍ନୟନ ଇତ୍ୟାଦି ବିଷୟକୁ ସ୍ଥାନ ଦିଆଯାଇଛି। Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026