ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣଙ୍କ ତରଫରୁ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳନ

ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ସଚିବ ଅଞ୍ଜଳି ମଚ୍ଛଖଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନାରାୟଣି ପାର୍କ ନିକଟସ୍ଥ ନୟାଗଡ଼ ଉତ୍କଳ ବାଳାଶ୍ରମଠାରେ ବାଳାଶ୍ରମର ଅନ୍ତେବାସୀ ତଥା ଜନସାଧାରଣଙ୍କୁ ନେଇ ବିଶ୍ୱ ଶିଶୁ ଶ୍ରମିକ ନିରାକରଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଆଇନରେ ଥିବା ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଆଜିର ଶିଶୁ କାଲିର ଭବିଷ୍ୟତ, ଶିଶୁ ଯେପରି ସମାଜରେ ମଣିଷ ପରି ଭଲ ନାଗରିକଟିଏ ହୋଇପାରିବ ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ।

ଶିଶୁଶ୍ରମିକ ଭାବରେ ସେମାନଙ୍କୁ ନିଯୁକ୍ତ ଦେଉଥିବା ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନମାନଙ୍କୁ କଠୋରରୁ କଠୋରତର ଦଣ୍ଡରେ ଦଣ୍ଡିତ କରାଯିବାକୁ ଆଇନ୍‌ରେ ଥିôବା ବିଭିନ୍ନ ବିଷୟରେ ତର୍ଜମା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସହ ଶ୍ରମ ଅଧିକାରୀ ଜ୍ଞାନରଞ୍ଜନ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ରଣଜିତ୍ ଦାସ, ସମ୍ପାଦିକା ନୟାଗଡ଼ କଳାପରିଷଦ ପ୍ରଭାସିନୀ ନନ୍ଦ, ଅଧିବକ୍ତା ଦଣ୍ଡପାଣି ସ୍ୱାଇଁ, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ମହାରଣା, ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ବାଣିବନ୍ଦନା ବିଶ୍ୱାଳ, ପ୍ରଜ୍ଞାପରିମରିତା ରଥ, ବାସୁଦେବ ପତି, କୃପାସିନ୍ଧୁ ରାଉତ, ପ୍ରକାଶ ଦଳେଇ, ସୁନିତା ସାହୁ, ସନ୍ଧ୍ୟାରାଣୀ ବେହେରା, ଅନିଲ କୁମାର ବିଶ୍ୱାଳ ଏବଂ ପ୍ରାଧିକରଣ କର୍ମଚାରୀ ପୱନ କୁମାର ବେହେରା, ଗଦାଧର ବିଶ୍ୱାଳ, ପ୍ରଶାନ୍ତ କୁମାର ସାହୁ, ରାଜେଶ କୁମାର ବାରିକ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପିଆଇଏଲ ସତ୍ୟରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version