ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲାର ଷ୍ଟାଡିୟମ ଠାରେ ରେ ବିକଶିତ ମେଳାର ଉଦଘାଟନ ସମାରୋହ ସଧ୍ୟା ୬.୦୦ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱ।ଗତ ଭାଷଣ ରଖିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବାଚସ୍ପତି, ସୁରମା ପାଢୀ ଯୋଗଦେଇଥିଲେ ।ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ, ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା ।ପରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ଅଭ୍ୟର୍ଥନା କରାଯାଇଥିଲା ପରେ ପରେ “ଵନ୍ଦେ ଉତ୍କଳ ଜନନୀ ସଙ୍ଗୀତ ର ରେକର୍ଡିଙ୍ଗ ପରିବେଷଣ କରାଯାଇଥିଲା ।
ସମ୍ମାନୀୟ ଜିଲ୍ଲାପାଳ ସ୍ୱ।ଗତ ଭାଷଣ ରେ ସରକାରଙ୍କ ବିଭିନ୍ନ ଯୋଜନାର କିପରି ଜନସାଧାରଣ ଙ୍କ ପାଖରେ ପହଞ୍ଚି ପାରିବ , ସେ ବିଷୟରେ କହିଥିଲେ । ବିକାଶ ଵାହାନର ଶୁଭାରମ୍ଭ କରାଯାଇ ନୟାଗଡ଼ ଜିଲ୍ଲାର ଘରେ ଘରେ ବିକାଶ ବାର୍ତ୍ତା ପହଞ୍ଚାଇବାକୁ ସରକାରଙ୍କର ଏହି ପ୍ରୟାସ କୁ ସାକାର କରାଯାଇଛି । ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଙ୍କ ଆଦେଶ କ୍ରମେ ବିକାଶ ମେଳାର ୭ ଦିନ ମାନଙ୍କରେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଯୋଜନା କିପରି ଜନସାଧାରଣ ଙ୍କ ପାଖରେ ପହଞ୍ଚାଯାଇ ପାରିବ ଏହା ଏକ ପ୍ରୟାସ । ସେହିପରି ମାନ୍ୟବର ବିଧାୟକ ଜିଲ୍ଲାକୁ ଏକ ସର୍ବଶ୍ରେଷ୍ଠ ଜିଲ୍ଲାଭାବେ ପରିଗଣିତ କରିବା ପାଇଁ ପ୍ରୟାସ ଜାରି ରଖିବା କୁ ଆଶା ଅଭିବ୍ୟକ୍ତି ରଖିଥିଲେ ।
