ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କୃଷି ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଦୁଇଟି ଗ୍ରାମରେ ହୋଇ ଯାଇଛି। ଏଥିରେ ରାଜ୍ୟ ସରକାରଙ୍କର ବିକଶିତ କୃଷି ଏବଂ ବିକଶିତ ଓଡ଼ିଶାକୁ ସଫଳତାର ସହ ରୂପାୟନ କରିବା ସହିତ କୃଷିର ବିକାଶରେ ନୂତନ ବୈଷୟିକ ଜ୍ଞାନ କୌଶଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ । ବିଭାଗ ପକ୍ଷରୁ ପୃଥକ ପୃଥକ ଦୁଇଟି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମ କରାଯାଇ ଥିବା ବେଳେ ପୂର୍ବାହ୍ନରେ ଆଡିମାହା ଓ ମହାସିଙ୍ଗି ଠାରେ ପଞ୍ଚାୟତ ସ୍ତରୀୟ ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଗୋଷ୍ଠୀ କୃଷି ଅଧିକାରୀ ବିଭୁପଦ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
