Home ଓଡ଼ିଶା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଲା : ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଏବଂ ଭାଜପା ପ୍ରତିନିଧି ଦଳଙ୍କ ମିଳିତ ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳକୁ ନୂତନ ବ୍ଲକ ଭାବେ ଘୋଷଣା କରାଯିବାକୁ ଦାବି ଜୋର ଧରିଛି। ଏନେଇ ବ୍ରାହ୍ମଣୀଗାଁ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଏବଂ ଭାଜପା ପ୍ରତିନିଧି ଦଳଙ୍କ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୪ ଦଶନ୍ଧି ଧରି ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଗଠନ କରି ବ୍ଲକ ଘୋଷଣା ପାଇଁ ଦାବି କରିଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ତାଙ୍କ ଦାବିକୁ କେହି ରଖି ନ ଥିବା ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନ ଗଠନର ସଭାପତି ବିକ୍ରମ ଆଦିତ୍ୟ ବସ୍ତରାୟଙ୍କ ଅଧ୍ୟକ୍ଷତାରେ ଭାଜପାର ଜିଲା ସଭାପତି ପଣ୍ଡିତ ବିଶିମାଝି, ଜିଲା ସାଧାରଣ ସମ୍ପାଦକ ମାନ ଗୋବିନ୍ଦ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ ସୁକାନ୍ତ କୁମାର ସାହୁ, କନ୍ଧମାଳ ଏମ୍ପିଙ୍କ ବ୍ଲକ ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆଲୋଚନା କରାଯାଇଥିଲା। ବାସ୍ତବରେ ବ୍ରାହ୍ମଣୀଗାଁରେ ନେଟୱାର୍କ ସବୁଠାରୁ ବଡ଼ ସମସ୍ୟା ହୋଇଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ପାଇଁ ଉକ୍ତ ଥାନା ଅଞ୍ଚଳର ଦୁର୍ଗମ ଗ୍ରାମଗୁଡିକ ହଇରାଣ ଭୋଗୁଛନ୍ତି। ଦୁର୍ଗମ ଗ୍ରାମରୁ ବ୍ଲକ ମୁଖ୍ୟାଳୟକୁ ୧ ଶହରୁ ଦେଢ଼ ଶହ କିମି ପର୍ଯ୍ୟନ୍ତ ଦୂରତା ଥିବା ବେଳେ କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟରେ ଉକ୍ତ ଥାନା ଅଞ୍ଚଳରୁ ଲୋକମାନେ ଦାରିଙ୍ଗବାଡି ଗଲେ ଏବଂ ଗୋଟିଏ ଦିନରେ କାମ ନ ସାରିଲେ ହଇରାଣ ଭୋଗୁଛନ୍ତି। ସେହିପରି ସରକାରୀ ଅଧିକାରୀମାନେ ସବୁ ସମୟରେ ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ ଆସି ସେବା ଯୋଗାଇବା ସମ୍ଭବ ହେଉନି କିମ୍ବା ସେମାନଙ୍କର ଆଗ୍ରହ ରହୁନାହିଁ। ତେଣୁ ବ୍ରାହ୍ମଣୀଗାଁକୁ ବ୍ଲକ ଭାବେ ପୁନର୍ଗଠନ କରାଗଲେ ଉକ୍ତ ଅଞ୍ଚଳର ଆଦିବାସୀ, ଦଳିତ ଓ ପଛୁଆବର୍ଗର ଲୋକମାନେ ଖର୍ଚ୍ଚରୁ ବଞ୍ଚିଯିବେ। ସରକାରୀ କାର୍ଯ୍ୟାଳୟ ସେମାନଙ୍କ ହାତ ପାହାନ୍ତାରେ ରହିଲେ ସୁବିଧାରେ କାର୍ଯ୍ୟ ହୋଇପାରିବ ବୋଲି କୁହାଯାଇଥିଲା। ବୈଠକରେ ଆଞ୍ଚଳିକ ବ୍ଲକ ଗଠନ ଅଭିଯାନର କର୍ମକର୍ତ୍ତା ମାନେ ଭାଜପାର ପ୍ରତିନିଧି ଦଳଙ୍କୁ ନିବେଦନ କରିଥିଲେ ଯେ ବ୍ରାହ୍ମଣୀଗାଁ ର ସମସ୍ୟା ଓ ବ୍ଲକ ଗଠନ ଘୋଷଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଜଣାଇ ଲୋକଙ୍କ ଦାବିକୁ ପୁରଣ ପାଇଁ ପ୍ରୟାସ କରାଯାଉ। ଭାଜପା ପ୍ରତିନିଧି ଦଳ ମଧ୍ୟ ହୃଦୟଙ୍ଗମ କରି କହିଥିଲେ ବାସ୍ତବରେ ବ୍ଲକ ଗଠନ ହେବା ଜରୁରୀ। ଏହା ହେଲେ ବ୍ରାହ୍ମଣୀଗାଁ ସମେତ ଗଦାପୁର, କତିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା ତାଜୁଙ୍ଗିଆ, ସରାମୁଳି ଏବଂ ହାତୀମୁଣ୍ଡା ପଞ୍ଚାୟତ ର ବିକାଶ ହେବ ବୋଲି କହିଥିଲେ। ଭାଜପାର ଜିଲା ସଭାପତି ପଣ୍ଡିତ ବିଶିମାଝି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଗସ୍ତ ସମୟରେ ଲିଖିତ ଜଣାଇଥିଲେ। ଆଗକୁ ପୁଣି ମନେ ପକାଯିବ ବୋଲି ସେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଭିଯାନର କର୍ମକର୍ତ୍ତା ଗଣେଶ ଡାକୁଆ, ଶରତ ଡିଗାଲ,ପ୍ରେମାନନ୍ଦ ବସ୍ତରାୟ,ଦିବ୍ୟସିଂ ପାତ୍ର,ଅଶୋକ ସିଂଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଲୋକପ୍ରତିନିଧି, ବୁଦ୍ଧିଜିବୀ, ଗ୍ରାମବାସୀ ଉପସ୍ଥିତ ଥିଲେ। Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026