ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ଏହି ଜିଲ୍ଲା ଅନ୍ତର୍ଗତ ବିରିଡି ବ୍ଲକ ହାଜିପୁର ପଞ୍ଚାୟତ ରେ ଗୁରୁ ବାର ବିକାଶ ବାହାନ ଯାତ୍ରାର ଶୁଭାରମ୍ଭ ହୋଇଯାଇଛି l କାର୍ଯ୍ୟକ୍ରମ କୁ ବିଡ଼ିଓ ଆୟୁଷି ପତି ଉଦ୍ଘାଟନ କରିଥିଲେ l ସେ କହିଲେ କାର୍ଯ୍ୟକ୍ରମ ର ଲକ୍ଷ୍ୟ ହେଉଛି ଭାଜପା ସରକାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଜନ ସାଧାରଣ ମାନଙ୍କ ପାଇଁ କିକି ନୂତନ ଯୋଜନା ପ୍ରଣୟନ କରିଛିନ୍ତି ସେଗୁଡିକ ଲୋକ ଲୋଚନକୁ ଆଣିବା l

ବିଶେଷ କରି ପଂଚାୟତରେ ଅନ୍ତଦ୍ବୟ ଗୃହ ଯୋଜନାରେ 7 ଜଣ ହିତାଧିକାରୀ ଙ୍କୁ ପକା ଘର ଯୋଗାଇଦେବା, 2 ଜଣ ଭୂମିହୀନ ଙ୍କୁ ଜମି ପଟା ପ୍ରଦାନ କରିବା,ସ୍ୱାସ୍ଥ ବିଭାଗ ପକ୍ଷରୁ ଲୋକଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଯୋଗାଇଦେବା, ଆଧାର ସଂଶୋଧନ, କୃଷି ବିଭାଗ ପକ୍ଷରୁ ମୂର୍ତ୍ତିକା ପରୀକ୍ଷା କାର୍ଡ ଯୋଗାଇ ଦେବା, ନୂତନ ରେସନ କାର୍ଡ ଯୋଗାଇଦେବା, ଜାତିଗତ ପ୍ରମାଣପତ୍ର ଯୋଗାଇଦେବା, ଓ ଟ୍ରାଇ ସାଇକେଲ ଆଦି ଦିଆଯାଇଥିଲା l

ହାଜିପୁର ସରପଞ୍ଚ ଆରତୀ ଭୂୟାଁ, ସମିତି ସଭ୍ୟ ସନ୍ତୋଷ ନାୟକ, ଜିପିଓ ପାୟଲ ମହାପାତ୍ର, ବିଶ୍ୱଜିତ ବିଶ୍ୱାଳ, ଏମ ଆଇ ସୁନୀଲ ସେଠୀ, ସାମାଜିକ କର୍ମୀ ଅକ୍ଷୟ ଭୂୟାଁ ପ୍ରମୁଖ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏଠାରେ ସୂଚନା ଯୋଗ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚାର ପାଇଁ ଏକ ବିକାଶ ବାହାନ ଯୋଗାଇ ଦେବାର ନିୟମ ଥିଲାବେଳେ ତାହା ଆସି ନଥିଲା ଫଳରେ ଜନସାଧାରଣ ଙ୍କପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା l ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

Exit mobile version