Home ଓଡ଼ିଶା ଥଇଥାନ ଓ ଭେଣ୍ଡିଂ ଜୋନ ଦେବା ଦାବିରେ ଜିଲ୍ଲାପାଳଙ୍କୁ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ ଦାବିପତ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ ଉଚ୍ଛେଦ ନ କରି ଥଇଥାନ ଓ ଭେଣ୍ଡିଂ ଜୋନ ଯୋଗାଇ ଦେବା ଦାବିରେ ରାଣୀହାଟ, ପ୍ରେସଛକ, ସିଡିଏ, ମଧୁପାଟଣା ଓ ବାଦାମବାଡ଼ିରେ ଉଚ୍ଛେଦ ହୋଇଥିବା ଉଠାଦୋକାନୀମାନେ ଆଜି ପୂର୍ବାହ୍ନରେ କଟକ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ! ଆଇନି ଅନୁସାରେ ଉଠାଦୋକାନୀମାନଙ୍କୁ ଉଚ୍ଛେଦ ପୂର୍ବରୁ ଥଇଥାନର ପ୍ରାବଧାନ ଥିଲେ ମଧ୍ୟ ନାଳ ସଫାକରିବା ଆଳରେ ଉପରୋକ୍ତ ଅଞ୍ଚଳମାନଙ୍କରେ ଉଚ୍ଛେଦ କରାଯାଇଥିବାରୁ ଓ ଏଯାବତ କୌଣସି ଥଇଥାନ କରାଯାଇ ନ ଥିବାରୁ ପସରା ମେଳାଉଥିବା ଉଠାଦୋକାନୀମାନେ ଜୀବିକା ହରାଇ ଅସହାୟ ହୋଇପଡ଼ିଥିବା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା ! ପୂର୍ବ ଘୋଷଣା ଅନୁଯାଇ ଉଠାଦୋକାନୀ ମହାସଙ୍ଘ ପକ୍ଷରୁ ଏକ ପ୍ରତିନିଧିଦଳ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ ସର୍ବଶ୍ରୀ ଅକ୍ଷୟ ସାହୁ, ବାଦାମବାଡ଼ି ସଂଘର ଛବି ଖୁଣ୍ଟିଆ, ପରୀକ୍ଷିତ ମୁରୁଡି, ନିତ୍ୟାନନ୍ଦ ନାୟକ, ସିଡିଏ ମର୍କତନଗର ସଙ୍ଘର ଆବାହକ ନରୋତ୍ତମ ଦାସ, ଧନେଶ୍ୱର ସାହୁ, ହୃଷିକେଶ ବାଇ, ରାଣୀହାଟ ଉଠାଦୋକାନୀ ସଙ୍ଘ ସଭାପତି ନିରଞ୍ଜନ ସାହୁ, ରବୀନ୍ଦ୍ର ସାହୁ, ରତ୍ନାକର ସାହୁ, ଲୋକସମ୍ପର୍କ ପ୍ରମୁଖ ପ୍ରସନ୍ନ ମହାପାତ୍ର ଓ ମହାସଙ୍ଘର ଉପଦେଷ୍ଟା ତଥା ଓଡିଶା ନବନିର୍ମାଣ ବିକାଶମଞ୍ଚ କେନ୍ଦ୍ରୀୟ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ବହୁବିଧ ସମସ୍ୟା ସମ୍ପର୍କରେ ଆଲୋଚନା କରି ଦାବିପତ୍ର ଦେବା ସହିତ ଉଛେଦ ହୋଇଥିବା ଉଠାଦୋକାନୀଙ୍କୁ ତୁରନ୍ତ ଥଇଥାନ ଓ ଭେଣ୍ଡିଂ ଜୋନ ଯୁଦ୍ଧକାଳୀନଭିତ୍ତିରେ ଯୋଗାଇଦେବାକୁ ଅନୁରୋଧ କରିଥିଲେ ! Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026