Home ଓଡ଼ିଶା ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର ଏବଂ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟଵଂଶୀ ସୂରଜ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତକରି ସରକାରଙ୍କ ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ଥାନୀୟ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ବୈଠକରେ ମାନ୍ୟବର ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁତ୍ୱ ଦେଇଛନ୍ତି | ଅଧିକାରୀମାନେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ତାର ସମାଧାନ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା, ସ୍ୱଚ୍ଛଭାରତ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗ ଯୋଜନା, ଧାନ ସଂଗ୍ରହ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୋୟବନ୍ଦନ ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହିତ ଜିଲ୍ଲାର ସମସ୍ତ ଅଙ୍ଗନବାଡିର ସ୍ଥିତ ସମୀକ୍ଷା କରିଥିଲେ | ଅଙ୍ଗନବାଡି ଗୁଡିକର ଆନୁଷଙ୍ଗିକ ବ୍ୟବସ୍ଥା ଗୁଡିକ ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମାନ୍ୟବର ମନ୍ତ୍ରୀ କହିଛନ୍ତି | ଜନହିତକାରୀ ଯୋଜନାର ସୁଫଳ ଯେପରି ହିତାଧିକାରୀ ପାଇପାରେ କୌଣସି ଅସୁବିଧା କିମ୍ବା ବିଳମ୍ବ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ କହିଛନ୍ତି | ସାମାଜିକ ନ୍ୟାୟ ସମାଜର ଦର୍ପଣ ହେବା ଉଚିତ ଏଥିରୁ ବିଚ୍ୟୁତ ହେବା କଥା ନୁହେଁ | ଏହା ସହିତ ମହିଳା ତଥା ସଂୟସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୁଆଁ ସମ୍ଭାବନା ସୃଷ୍ଟି କରି ଜୀବନ ଜୀବିକା ତଥା ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତ କରିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି | ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗେଇବା ଏବଂ ହିତାଧିକାରୀ ଚୟନ ପ୍ରକ୍ରିୟା ରେ ସଠିକ ତଦନ୍ତ, ଶଯ୍ୟାଶାୟୀ, ୮୦ ବର୍ଷରୁ ଉର୍ଦ୍ଧ ହିତାଧିକାରୀ ହିତାଧିକାରୀଙ୍କ ଭତ୍ତା କିପରି ଘର ଦାଣ୍ଡରେ ପହଂଚିବ ସେଥିପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଏକ ଟିମ ହୋଇ କାର୍ଯ୍ୟ ଏବଂ ଜିଲ୍ଲାର ଉନ୍ନତିରେ ନିଜର ଆନ୍ତରିକତା ଓ ଅତ୍ମୀୟତା ରହିଲେ ନିଶ୍ଚିତ ଭାବେ ଜିଲ୍ଲା ଏକ ନମ୍ବର ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି | ବୈଠକ ପୂର୍ବରୁ ମାନ୍ୟବର ମନ୍ତ୍ରୀ ବଳଦେବ ଜିଉଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ | Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ by Proprietor Abhimanyu Maharana July 28, 2026 ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ by Proprietor Abhimanyu Maharana July 28, 2026 ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026