Home ଓଡ଼ିଶା ନଳକୂପ ଅଚଳ : ପାଣି ପାଇଁ ଲୋକେ ହନ୍ତସନ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବେଲପଡ଼ା ବ୍ଲକ ପଣ୍ଡରିଯୋର ପଞ୍ଚାୟତ ଅନ୍ତର୍ଗତ ଗିଦମାଲ ଗାଁର ହରିଜନପଡ଼ାରେ ଥିବା ନଳକୂପଟି ଦୀର୍ଘ ଏକ ମାସରୁ ଉର୍ଦ୍ଧ୍ୱ ସମୟ ହେଲା ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି I ନଳକୂପକୁ ମରାମତି କରିବା ପାଇଁ ଲୋକେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ହେଲେ କିଛି ସୁଫଳ ମିଳି ପାରି ନାହିଁ I ଯାହା ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ପାଣି ଟ୍ୟାଙ୍କର ଆସୁଛି ହେଲେ ସତ ହରିଜନପଡାରେ ନ ଦେଇକି ଉପରପଡ଼ାରେ ପାଣିଟ୍ୟାଙ୍କର ଜଳ ଯୋଗାଇ ଦେଉଛି Iଉପରପଡ଼ାରେ ପାଣିର ସମସ୍ୟା ନାହିଁ I ନଳକୂପ, ବୋର ଅଛି I ଗୋଟିଏ ଟ୍ୟାଙ୍କର ପାଣି ଆଣୁଛି,ସରିଯାଉଛି, ହରିଜନପଡ଼ାକୁ ଟ୍ୟାଙ୍କର ଜଳଯୋଗାଣ ସୁଚାରୁରୂପେ ପହଁଚି ପାରୁନାହିଁ I ଗାଁରେ ଥିବା କୂଅ ଏବଂ ପୋଖରୀରୁ ଲୋକେ ପିଇବାପାଣି ସଂଗ୍ରହ କରୁଛନ୍ତି I କୂଅ ଓ ପୋଖରୀ ପାଣି ବିଶୁଦ୍ଧ ନ ଥିବାରୁ ସଂକ୍ରମଣ ରୋଗ ବ୍ୟାପିବାର ସମ୍ଭାବନା ରହିଛି I ଏହି ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ଗାଁର ମହିଳାମାନେ ରାମବତୀ ତାଣ୍ଡି, ବେଣୀମତି ଖୁରା, ଲଳିତା ତାଣ୍ଡି, ସତ୍ୟଭାମା ତାଣ୍ଡି, ନୂଆଦେଇ ତାଣ୍ଡି, ରତି ଖୁରା, ଲଳିତା ଖୁରା, ଲକ୍ଷ୍ମୀ ଖୁରା, ସରିତା ଖୁରା, ମୁକ୍ତା ଖୁରା, ଗୋଲାପୀ ଖୁରା, ଜାନକୀ ତାଣ୍ଡି, ମହରଗୀ ଖୁରା,କନକ ବରିହା, ଘୋର ତାଣ୍ଡି, ତୁଳସା ତାଣ୍ଡି, ଜ୍ୟୋତି ତାଣ୍ଡି,ଲାଇବନି ବରିହା, ମଡ଼ାଖାଇ ଚିରାଗୁନ, ହେମଳତା ବରିହା, ମଞ୍ଜୁ ଖୁରା, ତରୁଣୀ ହାତୀ, ଭାରତୀ ହାତୀ, କମଳା ହାତୀଙ୍କ ସମେତ ଅନେକ ମହିଳା ଜିଲ୍ଲା ପ୍ରଶାସନ ଗିଦମାଲ ଗାଁ ହରିଜନପଡ଼ା ଉପରେ ଦୃଷ୍ଟିଦେଇ ଏହି ସବୁ ସମସ୍ୟାର ସମାଧାନ କରିବାକୁ ହରିଜନପଡ଼ାବାସୀ ନିବେଦନ କରିଛନ୍ତି I Categories: ଓଡ଼ିଶା, ବଲାଙ୍ଗିର, ହୋମ୍ Related Content ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି by Proprietor Abhimanyu Maharana September 19, 2026 ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ by Proprietor Abhimanyu Maharana September 19, 2026 ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼ by Proprietor Abhimanyu Maharana September 19, 2026 ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ by Proprietor Abhimanyu Maharana September 19, 2026 ଗିରିପାଲିରେ ବିଧାୟକ ପାଣ୍ଠିରେ ନିର୍ମିତ କମ୍ୟୁନିଟି ସେଣ୍ଟର ଲୋକାର୍ପିତ, ଲଖମନିରେ ବିଶ୍ୱକର୍ମା ପୂଜାରେ ସାମିଲ ହେଲେ ପ୍ରସନ୍ନ ଆଚାର୍ଯ୍ୟ by Proprietor Abhimanyu Maharana September 19, 2026 କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଧାରଣ ବୈଠକ : ସ୍ୱଚ୍ଛତା ଓ ସହର ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ by Proprietor Abhimanyu Maharana September 19, 2026