
ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ବ୍ଲକ କାର୍ଯ୍ୟଳୟ ସମୁଖରେ ଭତ୍ତା ଟଙ୍କା ବୃଦ୍ଧି କରିବା ପାଇଁ ଗଣଧାରଣା ଦିଆଯାଇଛି। ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁଙ୍କ ନେତୃତ୍ବରେ ଗଣଧାରଣା ଦିଆଯାଇଅଛି। ରାଜ୍ୟରେ ଡବଲ ଇଞ୍ଜିନ ବିଜେପି ସରକାର ଆଜି ଏକବର୍ଷ ପୂର୍ତ୍ତି ପାଳନ କରୁଛି। ଏପରିକି ନିର୍ବାଚନ ଇସ୍ତାହାରରେ ରଖିଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ଏ ମିଛୁଆ ସରକାର। ସରକାରଙ୍କ ଦାବି ଓ ବାସ୍ତବତା ଭିତରେ ଆକାଶ ପାତାଳ ଫରକ ଅଛି। ଉତ୍ତମ ବିତ୍ତୀୟ ପରିଚାଳନା, ଶୃଙ୍ଖଳିତ ପ୍ରଶାସନ, ନିୟନ୍ତ୍ରଣାଧୀନ ଆଇନ ଶୃଙ୍ଖଳା ଏବଂ ବିକାଶ କାର୍ଯ୍ୟକୁ ଗତି ନଦେବାରେ ବିଫଳ ହୋଇଛି ଏ ସରକାର। ଏ ଡ଼ବଲ ଇଞ୍ଜିନ ବିଜେପି ସରକାର ଭତ୍ତା କ୍ଷେତ୍ରରେ କେବଳ ୮୦ ବର୍ଷରୁ ଅଧିକ ଏବଂ ୮୦ % ଦିବ୍ୟାଙ୍ଗକୁ ୩୫୦୦ ଟଙ୍କା ପ୍ରଦାନ କରି ଅନ୍ୟମାନଙ୍କୁ ସରକାର ପ୍ରତାରିତ କରିଛନ୍ତି ବୋଲି ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ କହିଛନ୍ତି। ବିଜେପି ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଅନାହାର ମୃତୁ୍, ପୋଲାଭରମ, ମହାନଦୀ, ଓବିସି ସଂରକ୍ଷଣ, ମଦ ମୃତୁ, ବାଟବଣା ତଦନ୍ତ ରିପୋର୍ଟ ପରି ପ୍ରସଙ୍ଗରେ ଲୋକଙ୍କୁ ସଚେତନ କରିଛନ୍ତି ବ୍ରହ୍ମଗିରି ବ୍ଲକ ବିଜୁ ମହିଳା ନେତ୍ରୀ ମାନସୀ ହରିଚନ୍ଦନ। ଧାନର ଇନପୁଟ ସହାୟତା ବାବଦରେ ୮୦୦ ଟଙ୍କା ଦେଉଥିଲେ ହେଁ ୮ କିଲୋ ରୁ ୧୦ କିଲୋ କଟଣି ଛଟଣି ଓ ଧନ ମଣ୍ଡିରୁ ନ ଉଠେଇବା ଏବଂ ମିଲରଙ୍କ ମାନମାନି ଯୋଗୁଁ ବ୍ରହ୍ମଗିରି ଚାଷୀ କୂଳ ଏକ ପ୍ରକାର ଅସହାୟ ହୋଇପଡିଛନ୍ତି । ପୁନଶ୍ଚ ନିର୍ବାଚନ ପୂର୍ବରୁ ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶ୍ରୁତି ଫମ୍ପା ଘୋଷଣାରେ ପରିଣତି ହୋଇଛି । ବ୍ରହ୍ମଗିରି ବ୍ଲକରେ ବର୍ତମାନ ସବୁଠାରୁ ବଡ଼ ପ୍ରସଙ୍ଗ ପାଲଟିଛି ପ୍ରଶାସନିକ ସ୍ଥାନୁତା । ଫଳ ସ୍ଵରୂପ ବ୍ରହ୍ମଗିରି ବ୍ଲକ ତୃଣମୂଳ ସ୍ତରରେ ବିକାଶ କାର୍ଯ୍ୟକ୍ରମ ଏକ ପ୍ରକାର ଠପ୍ ହୋଇପଡ଼ିଛି ।

ଏହି ଗଣଧାରଣା କାର୍ଯ୍ୟକ୍ରମ ରେ ବ୍ରହ୍ମଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ଜେନା, ଭଗବାନ ନାୟକ, ବାଳକୃଷ୍ଣ ପେଣ୍ଠୋଇ, ନବକିଶୋର ଷଣ୍ଢ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଳାଇ, ଯୁଧିଷ୍ଠିର ନାୟକ, ବିଜୟ କୁମାର ଦଳେଇ, ପ୍ରତିମା ଜେନା , ନନ୍ଦ କିଶୋର ବିଶ୍ୱାଳ , ସର୍ବେଶ୍ୱର ପଳାଇ , ଅମୂଲ୍ୟ କୁମାର ଜେନା , ଯୁବ, ଛାତ୍ର ଓ ମହିଳାଙ୍କ ସମତେ ବିଜୁ ଜନତା ଦଳର କର୍ମୀ ଏବଂ ସାଧାରଣ ଜନତା ଉପସ୍ଥିତ ଥିଲେ।
