ବୃଦ୍ଧାଙ୍କୁ ହାଣି କିରୋସିନ ଢାଳି ପୋଡିଦେଲେ ମହିଳା

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବୃଦ୍ଧାଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହାଣି ହତ୍ୟା କରି କିରୋସିନ ପକାଇ ପୋଡିଦେଲେ ମହିଳା l ଏଭଳି ଏକ ଲୋମହର୍ଷକ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କୁଇହୁରୁ ଗାଁରେ l ସୂଚନା ପ୍ରକାରେ ଗତ ମଙ୍ଗଳବାର ଦିନ ଏହି ଗ୍ରାମର କାମ୍ବି ମଲ୍ଲିକ ନାମକ ଜଣେ ଯୁବକ କିଛିଦିନ ତଳେ ନିଜ ସ୍ତ୍ରୀକୁ ହରାଇଥିଲା l

ଗ୍ରାମର ମହିଳା ମାନଙ୍କ କହିବାନୁସାରେ ଗ୍ରାମର ଅନ୍ୟ ମହିଳାଙ୍କ ସହ ଘରେ ପଶି ରାତିଅଧିଆ ଜରଜବରଦସ୍ତ ଦୁଷ୍କର୍ମ କରୁଥିଲା ଏବଂ ଯଦି କେହି ପ୍ରତିବାଦ କରନ୍ତି ତେବେ ତମ ସ୍ୱାମୀକୁ ଗୁଣିଗାରେଡି କରି ମାରିଦେବି ବୋଲି ଧମକ ଦେଉଥିଲା l ଏପରିକି ନିଜ ଶଳା ଭାଉଜକୁ ବି ଛାଡ଼ିନଥିଲା l ତେଣୁ କାମ୍ବିର ବ୍ୟଭିଚାରକୁ ସହ୍ୟନକରି ପାରି ସେହି ଗ୍ରାମର ଲକ୍ଷ୍ମୀ ନାୟକ ନାମକ ଏକ ମହିଳା ସେଦିନ ରାତିପ୍ରାୟ 10 ଘଣ୍ଟ ସମୟରେ ଏକ ଧାରୁଆ ଅସ୍ତ୍ରରେ କାମ୍ବିକୁ ନିର୍ମମ ଭାବେ ହତ୍ୟା କରିଥିଲା l

ପରେ ଗ୍ରାମର ଅନ୍ୟ ସମସ୍ତ ମହିଳାମାନଙ୍କର ସାହାର୍ଯ୍ୟରେ ଗାଁ ନିକଟ ଏକ ଆମ୍ବଗଛ ନିକଟ ଏକ ପଥରରେ ରଖି କିରୋସିନ ପକାଇ ଜାଳିଦେଇଥିଲେ l ସେତେବେଳେ କାମ୍ବିର ଦୁଇ ସନ୍ତାନ ଗାଁଠାରୁ କୌଣସି ଏକ କାମରେ ବାହାରକୁ ଯାଇଥିଲେ l ତେବେ ସେ ଦୁହେଁ ଗାଁକୁ ଆସିଥିଲେ l ନିଜ ବାପାଙ୍କୁ ମାରିଦିଆଯାଇଥିବା ଖବର କୌଣସି ସୂତ୍ରରୁ ଖବର ପାଇ ସେହି ଆମ୍ବଗଛକୁ ଯାଇଥିଲେ ଏବଂ ସମସ୍ତ ଖବର ଜାଣି ଆଜି ମୋହନା ଥାନାକୁ ଯାଇ ଅଭିଯୋଗ କରିଥିଲେ l ଖବର ପାଇଁ ମୋହନ ପୋଲିସ ସେହି ଗାଁକୁ ଯାଇ ତିନିଜଣ ମହିଳାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଚଲାଇଛି l

Exit mobile version