ମୋହନା ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ

 ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :-  ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପଞ୍ଚାୟତ ସମିତି ବୈଠକ ଥିବା ବେଳେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମାନେ ବୈଠକ କୁ ବର୍ଜନ କରିଛନ୍ତି।ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବ ରେ ସମିତି ସଭ୍ୟ ମାନେ ବୈଠକ କୁ ଆସିଥିବା ବେଳେ ସରପଞ୍ଚ ମାନେ ବିରକ୍ତି ଅନୁଭବ କରି ସମ୍ମିଳନୀ କକ୍ଷରୁ ଛାଡି ଚାଲିଯାଇଥିଲେ। ସରପଞ୍ଚ ମାନଙ୍କ ଅଭିଯୋଗ ହେଲା ପଞ୍ଚାୟତ ରେ ପଲ୍ଲୀ ସଭା ଓ ଗ୍ରାମ ସଭାରେ ନିର୍ଦ୍ଧାରଣ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ତାଲିକା ପ୍ରସ୍ତୁତ କରି ବ୍ଲକ କୁ ଦେବା ପରେ ବ୍ଲକରେ ସେଗୁଡ଼ିକୁ ପରିବର୍ତ୍ତନ କରି ନିଜ ମନ ମୁତାବକ ତାଲିକା ପ୍ରସ୍ତୁତ କରୁଛନ୍ତି।

ପଞ୍ଚାୟତ ରେ ଯେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟରେ ସମ୍ପୃକ୍ତ ଯନ୍ତ୍ରୀ ମାନେ ସରପଞ୍ଚ ଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ମାନେ।ଏଥି ସହ ପଞ୍ଚାୟତ ରେ ଛୋଟ ପ୍ରକଳ୍ପ ଗୁଡିକ କାର୍ଯ୍ୟ ନ କରି ଯନ୍ତ୍ରୀ ମାନେ ନିଜ ମନ ମୁତାବକ କାର୍ଯ୍ୟ କରୁଥୁବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସରପଞ୍ଚ ମାନେ।ଏନେଇ ବିଡିଓ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ଅନ୍ୟପଟେ ବ୍ଲକ ଅଧ୍ୟକ୍ଷ କହିଛନ୍ତି,ସରପଞ୍ଚ ମାନେ ବୈଠକ ବର୍ଜନ କରିବା ଦୁଃଖର ଓ ପରିତାପର ବିଷୟ। ବୈଠକ ବର୍ଜନ ନ କରି ବୈଠକ କୁ ଆସି ଆଲୋଚନା କରିଥିଲେ ସମସ୍ୟା ର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ଅଧ୍ୟକ୍ଷ ରଞ୍ଜୀବ ଶବର ।

Exit mobile version