ବାଣପୁରରେ ଭଏସ ଅଫ ମିଡ଼ିଆର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) :-  ଖୋର୍ଦ୍ଧାଜିଲା ବାଣପୁର ବିଜ୍ଞାପିତ ଅଞ୍ଚଳର ଦକ୍ଷେଶ୍ୱର ମନ୍ଦିର ପରିସରରେ ଭଏସ ଅଫ ମିଡ଼ିଆ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୨୫ ତାରିଖରେ ଭଏସ ଅଫ ମିଡ଼ିଆର ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟସ୍ତରିୟ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ଆଲୋଚନା ଚକ୍ର ସାମ୍ବାଦିକ ଦିଲ୍ଲୀପ କୁମାର ସ୍ବାଇଁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ,ଏଥିରେ ଅତିଥିଭାବେ ଜିଲ୍ଲା ସଭାପତି ଧନେଶ୍ୱର ବିଧାର,

ସନମାନିତ ଅତିଥିଭାବେ ରାଜ୍ୟ ଉପ ସଭାପତି ପି ବାଲାଜୀ ପାତ୍ର ଓ ସଂଜୀବ ସାଇ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ କିପରି ଶୃଙ୍ଖଳାର ସହ ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସବ ପାଳନ ହେବ ସେନେଇ ଆଲୋଚନା କରାଯାଇଥିଲା l ଏହି ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଅନନ୍ତ ଚରଣ ବାରିକି, ଚନ୍ଦନ କୁମାର ସୁନ୍ଦରାୟ,ଶଙ୍କର ବସ୍ତି,ରାକେଶ ସାହୁ,ସୁଜ୍ଞାନ୍ତ କୁମାର ତ୍ରିପାଠୀ, ସୁଶାନ୍ତ ସାହୁ, ଲଷ୍ମୀଧର ପ୍ରଧାନ,ଧର୍ମେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ଥିଲେl

Exit mobile version