କିଓର ବେ ତରଫରୁ ରିହାତି ଦରରେ ସ୍ଵାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ରଣପୁର କୀଓର ବେ ତରଫରୁ , ଖୋର୍ଦ୍ଧା ଜିଲ୍ଲା, ବୋଲଗଡ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଦେଉଳି ବିବେକାନନ୍ଦ ଶିକ୍ଷା କେନ୍ଦ୍ରଠାରେ ଗତ ୯ ଜୁନରେ ଓ ତାଳତୁମ୍ବ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ୧୧ ଜୁନରେ ସ୍ଥାନୀୟ ସରପଂଚ ପ୍ରଦୀପ କୁମାର ବାରିକଙ୍କ ସହଯୋଗରେ ଦୁଇଟି ରିହାତି ଦରରେ ସ୍ଵାସ୍ଥ୍ୟ ପରୀକ୍ଷା କ୍ୟାମ୍ପ ସହ ମାଗଣା ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ପ୍ରତିଷ୍ଠାତା ବିନୟ କୁମାର ସାହୁ ଓ ବିଦ୍ୟାଳୟ କର୍ମୀ ମାନେ ସହଯୋଗ କରିଥବା ବେଳେ ସଂଯୋଜକ ଵିନୋଦ କୁମାର ସାହୁଙ୍କ ଆପ୍ରାଣ ଉଦ୍ୟମରେ କୀଓର୍ ବେ ତରଫରୁ ଫାର୍ମାସିଷ୍ଟ ଏମ ଦୀପ୍ତି ମୟୀ, ସାଫଲ୍ୟ କୁମାର ଖୁଣ୍ଟିଆ, ସମ୍ରାଟ କେଶରୀ ନାୟକ, ପୂଣ୍ୟ ପ୍ରକାଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ପ୍ରାୟ ଶହେରୁ ଉର୍ଦ୍ଧ୍ବ ବ୍ୟକ୍ତି ଆସି ସ୍ଵାସ୍ଥ୍ୟ ପରୀକ୍ଷା କରିଥିବା ଜଣା ପଡିଛି । ଗ୍ରାମାଞ୍ଚଳରେ ଏହିଭଳି ସ୍ଵାସ୍ଥ୍ୟ ପରୀକ୍ଷା କାର୍ଯ୍ୟ ପାଇଁ ଅଂଚଳ ବାସୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଚାଲୁ ରଖିବା ପାଇଁ ପରାମର୍ଶ ଦେଇଛନ୍ତି।

Exit mobile version