ବଡଦାଣ୍ଡରେ ଓସ୍ତଗଛ ଗଛରେ ଗୁଡାହୋଇଛି ବିଦ୍ୟୁତ ତାର

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :-  ପୁରୀ ରଥଯାତ୍ରା ପାଇଁ କମ୍ପୁଛି ପୁରୀ ସହର । ରାତି ପାହିଲେ ସ୍ନାନଯାତ୍ରା । ଟାଉନହଲ ରଥ ସମନ୍ବୟ ସଭାରେ ବିଭାଗୀୟ ଅଧିକାରୀ ମାନେ ସବୁ କମ ହୋଇଯାଇଛି କହି ଲିଷ୍ଟ ପଢୁଛନ୍ତି । ବୈଠକରେ ହିଟ ଆଲୋଚନା ହେଉଥିବା ବେଳେ ପ୍ରକୃତ କାର୍ଯ୍ୟ ସେତିକି ହେଉନାହିଁ ବୋଲି ଅଭିଯୋଗ ହେଉଛି । ବଡଦାଣ୍ଡରେ ଖୁଣ୍ଟ ରହିବ ନାହିଁ ବୋଲି କୁହାଯାଉଥିବା ବେଳେ ଖୁଣ୍ଟରେ ଶହ ଶହ ସର୍ଭିସ ତାର ଗୁଡାଯାଇ ବିପଦସଙ୍କୁଳ କରାଯାଉଛି ।

ଏବେ ରଥଖଳା ଛାମୁଣ୍ଡିଆ ପୂର୍ବରୁ ଏକ ଓସ୍ତଗଛ ଦେଖିବାକୁ ମିଳୁଛି । ଓସ୍ତଗଛ ମୂଳେ ରହିଛି ବିଦ୍ୟୁତ ଖୁଣ୍ଟ । ଗଛ ଖୁଣ୍ଟ ମିଶାଯାଇ ବିଦ୍ୟୁତ କେବୁଲ ଗୁଡାଯାଇଛି । ଶ୍ରୀଗୁଣ୍ଡିଚା ଦିନ ସେହି ସ୍ଥାନରେ ପ୍ରବଳ ଗହଳି ହେବ । ଯଦି ଦଳାଚକଟା ଅବସ୍ଥା ସୃଷ୍ଟି ହୁଏ ତେବେ ବିଦ୍ୟୁତ ଖୁଣ୍ଟ ସହ ଗଛ ଓ କେବୁଲରେ ଭକ୍ତ ଗୁଡାଇ ହୋଇଯିବାର ସମ୍ଭାବନା ରହିଛି । ଯଦି କରେଣ୍ଟ ଚାର୍ଜ ହୋଇଯାଏ ତେବେ ଅଣାୟତ ଅବସ୍ଥାକୁ ଚାଲି ଆସିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତୁରନ୍ତ ଏହି ଗଛ କାଟିବା ସହ ଖୁଣ୍ଟ ନରଖିବା ପାଇଁ ଭକ୍ତ ମହଲରୁ ଦାବି ହେଉଛି ।

Exit mobile version