Home ଓଡ଼ିଶା ଟେବୁଲ ଟେନିସ ଖେଳ ଉଦଯାପିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ନୀଳକଣ୍ଠ ଟେବୁଲ ଟେନିସ ଏକାଡେମୀରେ ୨ୟ ବାର୍ଷିକ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ଶିବିର ଶ୍ରୀକ୍ଷେତ୍ର କଲୋନୀର ଠାରେ ଉଦଯାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବୟସ ବର୍ଗର ଅନେକ ଖେଳାଳି ଅଂଶଗ୍ରହଣ କରିଥିଲେ । ବରିଷ୍ଠ କୋଚ କଲ୍ଲୋଳ ଗାଙ୍ଗୁଲି ଓ ଡାକ୍ତର କୁମାର ଅରୋଜ୍ୟୋତିଙ୍କ ତତ୍ତ୍ଵାବଧାନରେ ଖେଳାଳି ମାନେ ୭ ଦିନ ବ୍ୟାପୀ ପ୍ରଶିକ୍ଷଣ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରିଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଉଦ୍ୟୋଗପତି ଜୟ ଜଗଦୀଶ ପାତ୍ର ଓ ଦନ୍ତ ବିଶେଷଜ୍ଞ ଡ଼ା. ଶୀତଲ କୋଟନି ଯୋଗ ଦେଇଥିଲେ । ଏକାଡେମୀର ସଦସ୍ୟ ଆଡଭୋକେଟ ଶ୍ରୀପ୍ରକାଶ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏକାଡେମୀର ପ୍ରତିଷ୍ଠାତା ସଂଗ୍ରାମ କିଶୋର ରଥ ଏକାଡେମୀର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନ ସମ୍ପର୍କରେ ଡାକ୍ତର କୁମାର ଅରୋଜ୍ୟୋତି ସମ୍ୟକ ସୂଚନା ପ୍ରଦାନ କରି ପୁରୀରେ ଟେବୁଲ୍ ଟେନିସ ନିମିତ୍ତ ସରକାରୀ ସ୍ତରରେ ଏକ ପେଶାଦାର ଟେବୁଲ୍ ଟେନିସ ସୁବିଧା ତଥା ହଲର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଚନ୍ଦନ କୁମାର ସାହୁ ପୁରୀରେ ଟେବୁଲ ଟେନିସର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସରକାରୀ ସ୍ତରରେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜୟ ଜଗଦୀଶ ପାତ୍ର ଓ ଡ଼ା ଶୀତଲ କୋଟନି ପ୍ରମୁଖ ଉପସ୍ଥିତ ରହି ପୁରୀରେ ଟେବୁଲ ଟେନିସର ପ୍ରଚାର ଓ ପ୍ରସାର ଦିଗରେ ଏକାଡେମୀର ଉଦ୍ୟମକୁ ପ୍ରଶଂସା କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଖେଳାଳୀ ମାନଙ୍କ ପ୍ରଶିକ୍ଷଣ ଦିଗରେ ଆବଶ୍ୟକୀୟ ସହଯୋଗ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ମଧ୍ଯ ଦେଇଥିଲେ । ଅତିଥି ମାନେ ପୁରୀର ବରିଷ୍ଠ ହ୍ୟାଣ୍ଡବଲ ଖେଳାଳୀ ତଥା ନିକଟ ଅତୀତରେ ଭାରତକୁ ଏସୀୟ ବିଚ ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ପ୍ରତିନିଧିତ୍ଵ କରିଥିବା ରଞ୍ଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜାତୀୟ ଟେବୁଲ ଟେନିସ ପ୍ରତିଯୋଗୀତାରେ କନିଷ୍ଠ ବର୍ଗରେ ଓଡ଼ିଶାରୁ ପ୍ରତିନିଧିତ୍ଵ କରିଥିବା ଏକାଡେମୀର ଖେଳାଳୀ କୁମାରୀ ଶ୍ରୀତିଜା ଚୌଧୁରୀ ଓ କୁମାରୀ ଅନୋଖି ମହାନ୍ତି ମଧ୍ୟ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିଲେ । ଶେଷରେ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଏକାଡେମୀର ସଦସ୍ୟ ତ୍ରିଦିପ ଦାସ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ପ୍ରଶିକ୍ଷଣ ଶିବିରର ଆୟୋଜନ ଦ୍ଵାରା ଖେଳାଳି ମାନଙ୍କ କ୍ରିଡ଼ା ଦକ୍ଷତାରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି । ପ୍ରଶିକ୍ଷଣ ଶିବିରରେ ଆଡଭୋକେଟ ସତ୍ୟବ୍ରତ ଷଡ଼ଙ୍ଗୀ, ରାମ ନାଏକ, ଜିତେନ୍ଦ୍ର ବେହେରା, ଶୁଶ୍ରୀ ଶେଫାଳୀ ପତି, ଆର୍ଯ୍ୟକାନ୍ତ ପଟ୍ଟନାୟକ ଓ ବିଶ୍ୱଜିତ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଡାକ୍ତର କୁମାର ଆରୋଜ୍ଯୋତି ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, ଖେଳ, ପୁରୀ, ହୋମ୍ Related Content ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ by Proprietor Abhimanyu Maharana June 19, 2026 ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ by Proprietor Abhimanyu Maharana June 19, 2026 ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା by Proprietor Abhimanyu Maharana June 19, 2026 Baleshwar Leads Odisha’s Energy Transition with Over 10,000 Rooftop Solar Installations by Proprietor Abhimanyu Maharana June 19, 2026 ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026