Home ଓଡ଼ିଶା ଶ୍ରୀଜୀଉଙ୍କ ସାହାଣମେଲା ଦର୍ଶନ – ସଂଧ୍ଯା ସାଢେ ସାତଟାରେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବୁଧବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ସ୍ନାନ ବେଦିରେ ଦାରୁବ୍ରହ୍ମଙ୍କ ଦିବ୍ଯସ୍ନାନ ଦର୍ଶନ ସମେତ ଗଜାନନ ବେଶ ଦର୍ଶନ କରିବେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ସ୍ନାନମଣ୍ଡପକୁ ଧଳା ଚୂନ ରଙ୍ଗ କରାଯିବା ସହ ଧଳାକନାରେ ଟେଣ୍ଟ କରାଯାଇଛି । ସୁସଜ୍ଜିତ ସୁଗନ୍ଧିତ ଫୁଲ ସହ ଆଲୋକ ମାଳା ବ୍ଯବସ୍ଥା କରାଯାଇଛି । ପ୍ରାତଃ ସକାଳ ୪ଟା ୩୦ ମଙ୍ଗଳାର୍ପଣ, ୫ଟାରୁ ୭ଟା ଡୋରଲାଗି ପୁଷ୍ପାଞ୍ଜଳି ସହ ପହଣ୍ଡି ଆରମ୍ଭ ହେବ । ସକାଳ ୯ଟାରେ ମଙ୍ଗଳଆଳତି, ୯ଟା ୧୫ରେ ମଇଲମ, ୯ଟା ୨୫ରେ ତଡପଲାଗି, ୯ଟା ୪୫ରେ ଅଧରପୋଛା, ୧୦ଟା ୨୦ରେ ଅବକାଶ ପୂଜା କରାଯିବ । ୧୦ଟା ୨୦ରେ ରୋଷହୋମ, ୧୦ଟା ୩୦ରେ ସୂର୍ଯ୍ଯ ପୂଜା, ୧୦ଟା ୫୫ରେ ଦ୍ବାରପାଳ ପୂଜା ହୋଇ ୧୧ଟା ୧୦ରେ ବେଶ ଶେଷ ହେବ । ଅପରାହ୍ନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳବିଜେ ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ୨ଟା ୫୦ରେ ମଇଲମ, ମେକାପ, ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ନୀତି ଅନୁଷ୍ଠିତ ହେବ । ୩ଟା୩୦ରେ ଛେରାପହଁରା, ୪ଟା ୩୦ରେ ହାତୀବେଶ ଓ ମହନ୍ତ ଶାଢୀ ବନ୍ଧା, ୫ଟା ୪୫ରୁ ୭ଟା ୨୦ ଘଣ୍ଟ ଛତା ସକାଳଧୂପ, ୬ଟା୩୦ରେ ଦକ୍ଷିଣ ଘର ଭୋଗ ନୀତି ଅନୁଷ୍ଠିତ ହେବ । ସର୍ବସାଧାରଣ ସାହାଣମେଲା ସଂଧ୍ଯା ସାଢେ ୭ଟାରୁ ସାଢେ ୧୦ ପର୍ଯ୍ୟନ୍ତ ଚାଲୁରହିବ । ରାତି ୧୧ଟାରେ ହାତୀବେଶ ମଇଲମ, ୧୧ଟା ୧୦ରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୧୧ଟା ୩୦ରୁ ୨ଟା ବାହୁଡା ପହଣ୍ଡି ଅନୁଷ୍ଠିତ ହେବ । ରାତି ୨ଟା ୩୦ରେ ସୁନାଚିତା ଓ ରାହୁରେଖା ମଇଲମ କରାଯିବ । ପ୍ରଭୁ ଶ୍ରୀବଳଭଦ୍ର ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନ ସ୍ନାନମଣ୍ଡପରେ ବିଜେ କରିବେ। ସୁଗନ୍ଧିତ ଅଭିମନ୍ତ୍ରିତ ଅଧିବାସ ୧୦୮ କଳସ ଜଳରେ ସ୍ନାନ କରିବେ । ସମସ୍ତ ନୀତିକାନ୍ତ ପରେ ଗଜାନନ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ । ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଲାଗିରହିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ବଡଦାଣ୍ଡ ମାର୍କେଟ ଛକ ଠାରୁ ବ୍ଯାରିକେଡ ଭିତର ଦେଇ ସିଂହଦ୍ବାର ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଯିବା ପାଇଁ ବ୍ଯବସ୍ଥା କରାଯାଇଛି । ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଦର୍ଶନ ପରେ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ । ପାରିମାଣିକ ଟିକେଟ କରିଥିବା ଭକ୍ତ ମାନେ ଦକ୍ଷିଣ ଦ୍ବାର ଦେଇ ଯାଇ ଦର୍ଶନ କରି ଉତ୍ତରଦ୍ବାର ଦେଇ ଫେରିବେ । ସ୍ନାନମଣ୍ଡପ ସମ୍ମୁଖରେ ଛିଡା ହୋଇ ଦର୍ଶନ କରିପାରିବେ କିନ୍ତୁ ସ୍ନାନମଣ୍ଡପ ଉପରକୁ ଯାଇପାରିବେ ନାହିଁ । ପ୍ରବଳ ଖରା ବର୍ଷା ପାଇଁ ବ୍ଯାରିକେଡ ଉପରେ ରଙ୍ଗୀନ କନା ବନ୍ଧା ଯାଇଛି । ପାନୀୟଜଳ ଯୋଗାଣ ମଧ୍ଯ ବ୍ଯବସ୍ଥା କରାଯାଇଛି । ମାର୍କେଟ ଛକ ଓ ମରଚିକୋଟ ଛକ ଠାରେ ଅସ୍ଥାୟୀ ଷ୍ଟାଣ୍ଡରେ ଜୋତା, ଚପଲ, ମୋବାଇଲ ଓ ନିଜର ବ୍ଯାଗ ରଖିପାରିବେ । ସିଂହଦ୍ବାର ସମ୍ମୁଖ ବଡଦାଣ୍ଡରେ ଛିଡା ହୋଇ ପ୍ରଭୁଙ୍କ ଦର୍ଶନ କରିପାରିବେ । ଠାକୁରଙ୍କ ପହଣ୍ଡି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସିଂହଦ୍ବାର ସମ୍ମୁଖରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ବାହିନୀ ସଜାଇ ହୋଇ ରହିଛନ୍ତି । ଶ୍ରୀମନ୍ଦିର ଚାରିପଟ ସମେତ ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ନୋ ଭେହିକିଲି ଜୋନ କରାଯାଇଛି । ପୁରୀ ବାହାରୁ ଆସୁଥିବା ଦୁଇ ଚକିଆ ଗାଡି ଗୁଡିକ ପାଇଁ ମାର୍କେଟ ଛକ, ମାର୍କେଟ କମ୍ପ୍ଲେକ୍ସ ଓ ଜଗନ୍ନାଥ ବଲ୍ଲଭ ମଠରେ ପାର୍କିଂ ବ୍ଯବସ୍ଥା କରାଯାଇଛି । ଭୁବନେଶ୍ବର ରୁ ଆସୁଥିବା ଗାଡିଗୁଡିକ ଜେଲ ରୋଡ ପାର୍କିଂ ଓ ଶରଧାବାଲି ପାର୍କିଂ କରିପାରିବେ । ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଗାଡିଗୁଡିକ ମଙ୍ଗଳାଘାଟରୁ ଷ୍ଟ୍ରଲିନ ରାସ୍ତା ଦେଇ ଯାତ୍ରିକା ପଡିଆରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଚାରିଚକିଆ ଗାଡିଗୁଡିକ ତାଳବଣିଆ ଓ ଶରଧାବାଲି ପାର୍କିଂ ଠାରେ ରହିବେ । ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ଯବସ୍ଥା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୪୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ପୁରୀ ଏସପି ନିଜେ ସମସ୍ତ ଦାୟୀତ୍ବ ତଦାରଖ କରିବା ସହ ୪ ଏସପି ପାହ୍ୟାର ଅଧିକାରୀ ମାନେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ସାଧା ପୋଷାକଧାରୀ ପୋଲିସ ଅଫିସରଙ୍କ ସମେତ ସିସିଟିଭିରେ ସମସ୍ତ ବ୍ଯବସ୍ଥାକୁ ନଜର ରଖାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଦର୍ଶନ ଓ ସୁଖଦ ଅନୁଭୂତି ନେଇ ଫେରିବେ ସେଥିପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି । Categories: ଓଡ଼ିଶା, ପୁରୀ, ମନୋରଞ୍ଜନ, ମହାନଗର, ହୋମ୍ Related Content କଟକ ଜିଲ୍ଲା ଅବକାରୀ ବିଭାଗର ଅତର୍କିତ ଚଢ଼ାଉ, ବିପୁଳ ଚୋରା ନିଶାଦ୍ରବ୍ୟ ଜବତ by Proprietor Abhimanyu Maharana October 10, 2026 ଦଶମ ଶ୍ରେଣୀର କୃତୀ ଛାତ୍ର ଅର୍ଣ୍ଣବ ସାହୁଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana October 10, 2026 କୁଇବାହାଲ ରେ ନୁଆଁଖାଇ ଭେଟ by Proprietor Abhimanyu Maharana October 10, 2026 ଆସୋଚାମର ଓ-ଲିଡ୍ସ ୨୦୨୬ ଅବସରରେ ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ଷ୍ଟାର୍ଟଅପ୍ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ by Proprietor Abhimanyu Maharana October 10, 2026 ASSOCHAM’s O-LEADS 2026 Calls for Stronger Industry-Academia-Startup Collaboration by Proprietor Abhimanyu Maharana October 10, 2026 ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026