Home ଓଡ଼ିଶା ପଣସ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବାପା ପୁଅଙ୍କ ମୃତ : ପ୍ରତିବାଦରେ ମେଡିକାଲ ଆଗରେ ସମ୍ପର୍କୀୟଙ୍କ ରାସ୍ତା ଅବରୋଧ: ପ୍ରତିଶୃତି ପରେ ହଟିଲା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ରବିବାର ଉଭୟ ବାପା ପୁଅ ନିଜ ମଟର ସାଇକେଲରେ ଘରକୁ ଫେରିବା ସମୟରେ ସୁଡ୍ରା ପଞ୍ଚାୟତର ଗାଲିଗୁରା ଗାଁ ନିକଟରେ ଏକ ପଣସ ବୋଝେଇ ପିକଅପ୍ ଭ୍ୟାନ ସହ ମଟର ସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାପା ପୁଅ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ପିକଅପ୍ ଭ୍ୟାନକୁ ଅଟକ ରଖିବା ସହ ପୁଲିସକୁ ଜଣାଇଥିଲେ । ଉଭୟ ଗୁରୁତରଙ୍କୁ ବାଲିଗୁଡ଼ା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଥିଲେ । ବାପା ହେମ କହଁରକୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ପୁଅ ନୀଳମଣିକୁ ଅଧିକ ଚିକିତ୍ସା ଲାଗି ଫୁଲବାଣୀ ମେଡିକାଲକୁ ପଠାଇଥିଲେ । କିନ୍ତୁ, ଅଧା ବାଟରେ ନୀଳମଣିଙ୍କର ମୃତ୍ୟୁ ହୋଇଥିଲା । ଏ ଘଟଣାର ପ୍ରତିବାଦରେ ସୋମବାର ବାଲିଗୁଡ଼ା ଉପଖଣ୍ଡ ମେଡିକାଲ ସମ୍ମୁଖରେ ମୃତକଙ୍କ ସମ୍ପର୍କୀୟ ୫ ଲକ୍ଷ ଦାବି କରି ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ଏକ ଘଣ୍ଟା ଧରି ଚାଲିଥିବା ରାସ୍ତା ରୋକରୁ ସମ୍ପର୍କୀୟଙ୍କୁ ହଟାଇବା ସହ ଦାବି ଅନୁଯାୟୀ କ୍ଷତି ପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026