Home ଓଡ଼ିଶା ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର, ନଜରୁଲ ଜୟନ୍ତୀ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ପକ୍ଷରୁ ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ମହାନ କବି, ସାହିତ୍ୟିକ, ଲେଖକ ରବୀନ୍ଦ୍ର ନାଥ ଠାକୁର ଓ ସୁନାମଧନ୍ୟ ସଂଗୀତଙ୍ଗ, କବି ନଜରୁଲଙ୍କ ଜୟନ୍ତୀ ଅନୁଷ୍ଠାନର ସଭାପତି ଡ଼ଃ ସୁଭାଷ ଚନ୍ଦ୍ର ମୁଖାର୍ଜୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ସମାଜସେବୀ ତପନ କୁମାର ରାହା ଦୀର୍ଘ 18 ବର୍ଷଧରି ଗୀତାଞ୍ଜଳି ଅନୁଷ୍ଠାନ ବହୁ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଜାରି ରଖିଥିବା ନେଇ ସୂଚନା ପ୍ରଦାନ କରିଥିଲେ l ଏହି ଅବସରରେ ସଂଗୀତ ଆସର ସହିତ ଡୁଏଟ, ରିସାଇଟେସନ ପ୍ରମୁଖ କଳାକାର ମାନଙ୍କ ଦ୍ୱାରା ଅତି ସୁନ୍ଦର ଭାବେ ପରିବେଷଣ କରାଯାଇଥିଲା l ଉପଦେଷ୍ଟା ଡକ୍ଟର ସଜାଲେନ୍ଦୁ ମାଲା କାର ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତ କଳାକାର ଙ୍କୁ ଟ୍ରଫି ପ୍ରଦାନ କରିଥିଲେ l ପ୍ରତିଷ୍ଠାନ ର ଆବାହକ ତଥା ସମାଜସେବୀକା ସୁଜାତା ରାହା କଳା, ସଂସ୍କୃତି ପରମ୍ପରା କୁ ଆଗେଇ ନେବା ସହ ଗୀତାଞ୍ଜଳି ପରିବାର କୁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ଦୁଇ ମହାନ ବ୍ୟକ୍ତିତ୍ୱଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana June 26, 2026 ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ by Proprietor Abhimanyu Maharana June 26, 2026 କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026