Home ଓଡ଼ିଶା ଦେଶବନ୍ଧୁ ନୋଡାଲ ଉଚ୍ଚବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ସମାରୋହ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଗୋପ ବ୍ଲକ ଅନ୍ତର୍ଗତ ବଉଲାଙ୍ଗ ପଞ୍ଚାୟତ କୋରୁଆଳ ପାଞ୍ଚଣା ଦେଶବନ୍ଧୁ ନୋଡାଲ ଉଚ୍ଚ ବିଦ୍ୟାଳୟର ୩ ଦିନିଆ ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜିତ ହେଉଛି । ପ୍ରଥମ ଦିବସରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଉଦଘାଟନ କରିଥିଲେ । ଦ୍ଵିତୀୟ ଦିବସରେ ପୂର୍ବାହ୍ନରେ ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଅଭ୍ୟର୍ଥନା କମିଟି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର, ମୋ ସ୍କୁଲ୍ ମୋ କର୍ତ୍ତବ୍ୟ ନେଇ ପୁରାତନ ଛାତ୍ରଛାତ୍ରୀଙ୍କ କର୍ମଶାଳା ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ମଲ୍ଲିକଙ୍କ ସଭାପତିତ୍ବରେ ଆୟୋଜିତ ସଂଧ୍ୟା କାର୍ଯ୍ୟକ୍ରମର ମୂଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ସୂସାହିତ୍ୟିକ ଦାସ ବେନେହୁର, ସମ୍ବାଦ ଆମ ଓଡ଼ିଶାର ସୂ ସାହିତ୍ୟିକ ଅସିତ୍ ମହାନ୍ତି, ସ୍ବାମୀ ବିଜ୍ଞାନନନ୍ଦ ଗିରି, ଶିକ୍ଷାବିତ୍ ପ୍ରକାଶ ପରିଡା, ଜିଲ୍ଲା ପରିଷଦ ସଭ୍ୟା ସାଗରିକା ନାୟକ, ସମିତି ସଭ୍ୟା ବନିତା ପ୍ରଧାନ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଅବସରପ୍ରାପ୍ତ ପ୍ରଶାସକ ରାମଚନ୍ଦ୍ର ନାୟକ, ସମାଜସେବୀ ବିକ୍ରମ କେଶରୀ ସାମଲ, ଶିକ୍ଷାବିତ୍ ଧନେଶ୍ଵର ବେହେରା, ବିଜୟ କୁମାର ଓଝା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟ ହେଉଛି ଦ୍ଵିତୀୟ ଘର, ଛାତ୍ର ଛାତ୍ରୀ ମାନେ ଏଠାକୁ ଆସି ସଂସ୍କାର ଶିଖିବା ସହିତ ପ୍ରତି ବିଦ୍ୟାଳୟରୁ ବୈଜ୍ଞାନିକ ବାହାରିବା ପାଇଁ ଚେଷ୍ଠା ଜାରି ରଖିବା ଉଚିତ୍। ସୁନା ପରି ଝଟକୁ ଥିବା ସ୍କୁଲ୍ ହିଁ ସ୍ଵର୍ଣ୍ଣ ଜୟନ୍ତୀ ପାଳନ କରେ। ଆଗକୁ ସ୍କୁଲକୁ ହୀରା କରିବାକୁ ପ୍ରୟାସ ଜାରୀ ରଖନ୍ତୁ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ। ପୂର୍ବତନ ଛାତ୍ର ସହିଦ୍ ପ୍ରସନ୍ନ ସାହୁଙ୍କ ଧର୍ମ ପତ୍ନୀ ମିନା ସାହୁଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉତ୍ସବରେ ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ ବିଦ୍ୟାଳୟ ବିବରଣୀ ପଠନ କରିଥିଲେ। ଶିକ୍ଷକ ପ୍ରତାପ ରାଉତ ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିମ୍ବାଧର ଦଳାଇ, ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସଙ୍ଘ ସଭାପତି କମଳାକାନ୍ତ କୁଅଁର, ସ୍ବର୍ଣ୍ଣ ଜୟନ୍ତୀ ସମାରୋହ ଅଭ୍ୟର୍ଥନା କମିଟି ସଦସ୍ୟ ଶରତ ଦଳାଇ, ପ୍ରମୋଦ କୁଅଁର, ପ୍ରଭାକର ପାତ୍ର, ବାନମ୍ବର ସାହୁ, ଚକ୍ର ପ୍ରସାଦ ସାହୁ, ସରପଞ୍ଚ ନରହରି ଦଳାଇ , ନରହରୀ ବେହେରା, ବାଲୁଙ୍କେଶ୍ୱର ମୁରୁଡ଼ି, ଦିଲୀପ ବିଶ୍ବାଳ, ନିରଂଜନ ଲେଙ୍କା, ନିରଂଜନ ସ୍ବାଇଁ, କାଳନ୍ଦି ପାତ୍ର, ରାଜକିଶୋର ସାହୁ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026