Home ଓଡ଼ିଶା ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ହାଇଦ୍ରାବାଦରେ ଓସାକା କମିଟି ସାକ୍ଷାତ କଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବରଗଡ (ଓଡ଼ିଶା ତାଜା ନ୍ୟୁଜ୍) :- ପଶ୍ଚିମ ଓଡ଼ିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନର ସଭାପତି ଓ ୫ଜଣ କମିଟୀ ସଦସ୍ଯ ହାଇଦ୍ରାବାଦ ସ୍ଥିତ ହୋଟେଲ ଆଇଟିସି କାକଟିଆ ରେ ବରଗଡ ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କୁ ସାକ୍ଷାତ କରି ପଶ୍ଚିମ ଓଡ଼ିଶାର କେତେକ ସମସ୍ଯା ବିଷୟରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । କର୍ଣ୍ଣାଟକ ର ପୂର୍ବତନ ମୁଖ୍ଯମନ୍ତ୍ରୀ ତଥା ଲୋକସଭା ସଦସ୍ଯ ଶ୍ରୀ ଏସ୍ ଆର୍ ବୋମାଇ ଙ୍କ ଅଧ୍ୟକ୍ଷତା ରେ ଗଠିତ ଶ୍ରମ, ସ୍ଲିଲ ଡେଭେଲପମେଣ୍ଟ,ଟେକ୍ସଟାଇଲ ପାର୍ଲାମେଣ୍ଟ କମିଟି ବର୍ତ୍ତମାନ ୩ଟି ରାଜ୍ଯ ଗ୍ରସ୍ତ ଅବସରରେ ଗତ ୫ ତାରିଖ ରୁ ହାଇଦ୍ରାବାଦରେ ଅବସ୍ଥାନ କରିଛନ୍ତି । ଏହି କମିଟିର ସଦସ୍ୟ ଭାବେ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ହାଇଦ୍ରାବାଦ ଆସିଥିବା ବେଲେ ଓସାକା ( ପଶ୍ଚିମ ଓଡ଼ିଶାର ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ ) ସଭାପତି ଶ୍ରୀ ସୁନୀଲ କୁମାର ଗଡତିଆ,ଡା ପଦ୍ମନାଭ ପ୍ରଧାନ, ଉପ ସଭାପତି ଶ୍ରୀ ସୁଧାଂଶୁ ତ୍ରିପାଠୀ,ସଂଗଠନ ସମ୍ପାଦକ ଶ୍ରୀ ପ୍ରତ୍ବ୍ଯଷ ରଞ୍ଜନ ମିଶ୍ର,ସଦସ୍ଯ ଶ୍ରୀ ଉତ୍କଳ ମେହେର କମିଟି ସଦସ୍ଯ ମାନେ ସାଂସଦଙ୍କୁ ସ୍ବାଗତ କରିବା ସହ ପଶ୍ଚିମ ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମ୍ବଲପୁର ରୁ ସପ୍ତାହ ୩ଦିନ ହାଇଦ୍ରାବାଦ ଆସୁଥିବା ନାଗବଳୀ ଏକ୍ସପ୍ରେସ ଟ୍ରେନକୁ ପ୍ରତ୍ଯେକ ଦିନ ଚାଳୁକରିବା,ସମ୍ବଲପୁରୀ – କୋଶଳୀ ଭାଷାକୁ ଓଡିଶା ସରକାର ରାଜ୍ୟ ର ଦ୍ବିତୀୟ ସରକାରୀ ଭାଷାର ମାନ୍ଯତା ଦେବା ଆଦି ପ୍ରସଙ୍ଗ ଉଠାଇ ଦାବିପତ୍ର ପ୍ରଦାନ କରିଥିଲେ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026