ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ପାଲୁପାଇ ଗ୍ରାମ ଗୋଷ୍ଟୀ ଗୃହ ଠାରେ ରାୟଗଡ଼ା ଜିଲ୍ଲା କଳାକାର ମହସଂଘ ପକ୍ଷରୁ କଳାକାର ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ଏଥିରେ ଆଞ୍ଚଳିକ ଭାଷା ଲୋକକଳା ସଂସ୍କୃତି ର ପ୍ରଚାର ପ୍ରସାର ପୁନରୁଦ୍ଧାର ଏବଂ କଳାକାର ଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା ହୋଇଥିଲା ଏହା ସହ ସର୍ବସମ୍ମତି କ୍ରମେ ଏକ କମିଟି ର ଚୟନ ହୋଇଥିଲା

