ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ବିଜୁଜନତା ଦଳ ର ମୁଖିଆ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଆଜି ରାୟଗଡା ଜ଼ିଲ୍ଲା ର ଗୁଣୁପୁର ନିର୍ବାଚନ ମଣ୍ଡଳୀ ର ରାମନାଗୁଡ଼ା ଠାରେ ବିଜେଡି ନେତା ଓ କର୍ମୀ ମାନଙ୍କୁ ନେଇ ସାଧାରଣ ସଭା ଅନୁଷ୍ଟିତ ହୋଇଯାଇଛି । ବିଜେଡି ରାଜ୍ୟ ଉପସଭାପତୀ ପ୍ରମିଳା ମଲ୍ଲିକ ଏବଂ ପୁର୍ବତନ ବାଚଷ୍ପତି ପଦ୍ମନାଭ ବେହେରା ଏହି ସାଧାରଣ ସଭାରେ ଉପିସ୍ଥିତ ରହିଥିଲେ। ସଂଗଠନ କିଭଳି ଆଗକୁ ସୁଦୃଢ ହେବ, ବର୍ତମାନ ରାୟଗଡା ଜିଲ୍ଲା ସଭାପତୀ ଚୟନ ପାଇଁ ଦଳିୟ କର୍ମୀ ମାନଙ୍କ ମତାମତ ନେଇଥିଲେ। ଦଳୀୟ କର୍ମୀ ମାନେ ନିଜ ନିଜର ମତ ରଖିଥିବା ବେଳେ ଦୁଇ ବରିଷ୍ଟ ନେତାଙ୍କ ଶିତଳ ଯୁଦ୍ଧ ପାଇଁ ଦଳ ଏଠି ପରାଜୟ ହୋଇଥିବା କର୍ମୀମାନେ ମତ ରଖିଥିଲେ।

