ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ, ଲୋଧାଚୁଆ ପଞ୍ଚାୟତର ସର୍ବ ପୁରାତନ, ଶାରଙ୍ଗଧର ପୁର ନୋଡାଲ ହାଇସ୍କୁଲର ସୁରକ୍ଷା ପାଇଁ ଏକ ସାଧାରଣ ସଭା, ସ୍କୁଲ ପ୍ରାଙ୍ଗଣରେ ଶିକ୍ଷବିତ୍ତ ଶ୍ରୀଯୁକ୍ତ ମହାଦେବ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅନୁଷ୍ଠାନର ପ୍ରଥମ ଉଦ୍ୟକ୍ତା ମାନଙ୍କୁ ସମ୍ମାନ ଜଣାଇ ଏକ ମିନିଟି ନୀରବ ଶ୍ରଦ୍ଧାଞ୍ଜଳି ପ୍ରାର୍ଥନା କରା ଯାଇଥିଲା । ଏହି ସାଧାରଣ ସଭାରେ ଶାରଙ୍ଗଧରପୁର ନୋଡାଲ ହାଇସ୍କୁଲ ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମର ପଚାଶରୁ ଉର୍ଦ୍ଧ୍ବ ଅଭିଵାବକ, ପୁରାତନ ଛାତ୍ର ଛାତ୍ରୀ ପରିଚାଳନା କମିଟି, ବୁଦ୍ଧିଜୀବୀ ଓ ଜନପ୍ରତିନିଧି ମାନେ ଯୋଗ ଦେଇଥିଲାବେଳେ ଆବାହକ ମଣ୍ଡଳୀ ତରଫରୁ ସାଧାରଣ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା।

