Home ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ ଓଡ଼ିଶାର ରାଜ୍ଯସ୍ତରୀୟ ଆଲୋଚନାଚକ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ଅଫ୍ ଓଡିଶା ପକ୍ଷରୁ ରବିବାର ପୂର୍ବାହ୍ନରେ ବଡଦାଣ୍ଡ ସ୍ଥିତ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସଭାଗୃହରେ ସଂଗଠନକୁ ସୁଦୃଢ କରିବା, ଘରୋଇ ସ୍ଲୁଲର ଦାବି ଗୁଡିକ ସରକାର ପୂରଣ କରିବା ଓ ରାଜ୍ଯସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅତିଥି ମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ସମ୍ମିଳନୀକୁ ଶୁଭାରମ୍ଭ କରିଥିଲେ । ଏହି ସମ୍ମିଳନୀରେ ଆସୋସିଏସନ୍ ପୁରୀଜିଲ୍ଲା ସଭାପତି ତଥା ବିଶିଷ୍ଟ ଯୁବ ସମାଜସେବୀ ପ୍ରଦ୍ୟୁମ୍ନ କୁମାର ମିଶ୍ର ଅଧ୍ୟକ୍ଷତା କରି କହିଲେ ଘରୋଇ ସ୍ଲୁଲ ଗୁଡିକ ବହୁ ଅଭାବ ଅସୁବିଧାରେ ପରିଚାଳିତ ହେଉଛି । ରାଜ୍ଯ ସରକାରଙ୍କ ନୂତନ ମାର୍ଗଦର୍ଶିକା ପୂରଣ କରିବା ପାଇଁ ଘରୋଇ ଶିକ୍ଷା ଅନୁଷ୍ଠାନକୁ ସମୟ ଲାଗିବ । ରାଜ୍ଯର ୩୦ ଟି ଜିଲ୍ଲାରରେ ଥିବା ଘରୋଇ ସ୍ଲୁଲ ଗୁଡିକ ଏକାଠି ରହି ଦାବି ଉପସ୍ଥାପନ କଲେ ରାଜ୍ଯ ସରକାର ତାହା ଶୁଣିବେ ବୋଲି ଶ୍ରୀମିଶ୍ର ମତବ୍ୟକ୍ତ କରିଥିଲେ। ସତ୍ୟନାରାୟଣ ମିଶ୍ର ଙ୍କ ଆଵାହକତ୍ଵରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସେ କହିଲେ ସଂଗଠନକୁ ୩୦ଟି ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ଼ କରାଯିବ । ସିଓଆର୍ ପ୍ରାପ୍ତ ବିଦ୍ୟାଳୟର ସରଳୀକରଣ ପଦ୍ଧତି ସମ୍ପର୍କରେ ଶ୍ରୀମିଶ୍ର ଆଲୋକପାତ କରିଥିଲେ । ଏଥିନିମନ୍ତେ ୩୦ ଟି ଜିଲ୍ଲାକୁ ନେଇ ଏକ ବରିଷ୍ଠ ନେତୃମଣ୍ଡଳୀ ଗଠିତ ହୋଇଥିଲା । ୩୦ଟି ଜିଲ୍ଲାକୁ ନେଇ ୬ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଜୋନ ଦାୟିତ୍ବରେ ଜଣେ ଉପସଭାପତି,ଜଣେ ଯୁଗ୍ମ ସମ୍ପାଦକ, ଜଣେ ସହ ସମ୍ପାଦକ ଓ ସେହି ଜିଲ୍ଲାର ଜଣେ ଜିଲ୍ଲା ଆବାହକ ଦାୟିତ୍ବରେ ରହିବା ପାଇଁ ସ୍ଥିର କରାଯାଇଥିଲା । ଜୋନ କମିଟି ଜିଲ୍ଲା କମିଟି ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ଆଗେଇ ନେବେ । ପ୍ରତି ବ୍ଲକର ବ୍ଲକ ସଂଯୋଜକ ଚୟନ କରାଯିବ । ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କୁ ରାଜ୍ଯ ମୁଖ୍ଯ ଉପଦେଷ୍ଟା ଭାବେ ଚୟନ କରାଯାଇଛି । ସେହିପରି ରାଜ୍ଯ ସଭାପତି ଭାବେ ସତ୍ଯ ନାରାୟଣ ମିଶ୍ର, ସମ୍ପାଦକ ଗଗନ ବିହାରୀ ନନ୍ଦ ଓ କୋଷାଧକ୍ଷ ଭାବେ ସୁଧାଂଶୁ ଶେଖର ସାମନ୍ତ ସିଂହାରୀଙ୍ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତାଙ୍କୁ ସଭ୍ଯ ସଭ୍ଯା ମାନେ ସ୍ବାଗତ କରିଥିଲେ । ଏହି ପରିପ୍ରେକ୍ଷୀରେ ଆସୋସିଏସନର ନୂତନ ଲୋଗୋ ଉନ୍ମୋଚିତ ହୋଇଥିଲା । ରାଜ୍ଯ ସରକାର ଘରୋଇ ସ୍ଲୁଲ ପ୍ରତି ଅଧିକ ଚାପ ସୃଷ୍ଟିର ରାସ୍ତା ଧରିଲେ ରାଜ୍ଯସ୍ତରୀୟ ଆସୋସିଏସନ ଆନ୍ଦୋଳନର ରାସ୍ତା ଧରିବ ବୋଲି ସହମତି ପ୍ରକାଶ ପାଇଥିଲା । ଏହି ଆସୋସିଏସନକୁ ଆଗାମୀ ଦିନରେ ଅଧିକ ସୁଦୃଢ ଓ ଶକ୍ତିଶାଳୀ କରାଯିବ ବୋଲି ସମ୍ମିଳନୀରରେ ମତପ୍ରକାଶ ପାଇଥିଲା । ଏହି ସମ୍ମିଳନୀରେ ଅଧିକାଂଶ ଜିଲ୍ଲାରୁ ସଭ୍ଯ ସଭ୍ଯା ମାନେ ଯୋଗଦେଇ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଓଡ଼ିଶା କ୍ରାଫ୍ଟ ଓଡିସି ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରା ସମ୍ପର୍କିତ ବିସ୍ତୃତ ତଥ୍ୟ ଥିବା ଦ୍ୱିଭାଷୀ ପୁସ୍ତକ ଚାନ୍ଦୁଆ : କାନୋପିଜ୍ ଅଫ୍ ଲେବର ପ୍ରଚଳନ କଲା by Proprietor Abhimanyu Maharana September 20, 2026 Odisha Craft Odyssey Launches Chandua : Canopies of Labour, a Bilingual Book Documenting Odisha’s Living Appliqué Traditions by Proprietor Abhimanyu Maharana September 20, 2026 ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା ତରଫରୁ ନୁଆଁଖାଇ ଭେଟ ସମାପନ by Proprietor Abhimanyu Maharana September 20, 2026 ନିଜ ଦୋଷ ଲୁଚାଇବା ପାଇଁ ଶିକ୍ଷକ ବନମାଳୀ ପ୍ରଧାନ ଙ୍କ ପ୍ରଚେଷ୍ଠା ଆରମ୍ଭ by Proprietor Abhimanyu Maharana September 20, 2026 ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 20, 2026 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମୀକ୍ଷା ବୈଠକ by Proprietor Abhimanyu Maharana September 20, 2026