Home ଓଡ଼ିଶା ଓଡ଼ିଶାରେ ସୈନିକ ମାନଙ୍କ ମାତୃଭୂମି ର ଅଧିକାର କୁ ଛଡାଇ ନେଇ ବିଦେଶୀ ନାଗରିକ ଙ୍କୁ ଦିଆଯାଉଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ସରକାରୀ ଜମିକୁ ବାଂଲାଦେଶ ରୁ ଆସିଥିବା ସରଣାର୍ଥୀ ଙ୍କୁ ଦିଆଯାଉଛି କିନ୍ତୁ ସେହି ଦେଶର ମାଟି ପାଇଁ ବଳିଦାନ ଦେଉଥିବା ଜବାନ ମାନଙ୍କ ଜମିକୁ ସରକାର ଛଡେଇ ନେଇଛନ୍ତି l ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଅନେକ ଦେଶ ଆଜି ଯୁଦ୍ଧ ମୂଖା, ଦେଶବାସୀ ଆଜି ଅପରେସନ ସିନ୍ଦୁର ପାଇଁ ସେନାବାହିନୀ ର ପରାକ୍ରମ କୁ ଧନ୍ୟବାଦ ଦେଉଛି. ଓଡ଼ିଶାରେ ସେନା ର ବୀରତ୍ୱ ପାଇଁ ପରାକ୍ରମ ଯାତ୍ରା କରାଯାଉଛି ତ କେଉଁଠି ଜୟହିନ୍ଦ ସଭା କରାଯାଉଛି , କିନ୍ତୁ ଜୀବନକୁ ବାଜି ଲଗାଇ ସେହି ମାଟି ପାଇଁ ବଳିଦାନ ଦେଉଥିବା ସୈନିକଟିଏ ଆଜି ନିଜ ମାଟିରେ ମାତୃଭୂମି ର ଅଧିକାରରୁ ବଞ୍ଚିତ ହେଉଛି ଅନ୍ୟ ପଟରେ ବିଦେଶୀ ବାଙ୍ଗଲାଦେଶୀ ନାଗରିକ ମାନଙ୍କୁ ସମସ୍ତ ସରକାରୀ ସୁରକ୍ଷା ଦିଆଯାଉଛି l ସୂଚନାଯୋଗ୍ୟ ଯେ ଭାରତ ସରକାର ଙ୍କ ନିର୍ଦେଶ କ୍ରମେ ସ୍ୱରାଷ୍ଟ୍ର ବିଭାଗ ରିଜୋଲସନ ନଂ 11323-35-29/63 poll ତାରିଖ 14 ମେ 1963, ନଂ 59216 ତାରିଖ 24 ଅକଟୋଵର 1986 ଏବଂ ରାଜସ୍ଵ ବିଭାଗ ସଂକଳ୍ପ ନଂ ଜିଇ(ଜି.ଏଲ)-ଏସ-62/97-19513ରା ତାରିଖ 16 ଏପ୍ରିଲ 1998 ଅନୁସାରେ ଯୁଦ୍ଧ କ୍ଷତ୍ର ଓ forward ଅଞ୍ଚଳରେ ନିଯୁକ୍ତ ଯବାନମାନଙ୍କୁ ପାଞ୍ଚ ଏକର ‘ଜବାନ ସରଂକ୍ଷିତ ଜମି’ ଦିଆଯାଇ ଆସୁଥଲା କିନ୍ତୁ ଜମିର ଅଭାବ ଦର୍ଶାଇ ପୂର୍ବ ସରକାର ଙ୍କ ସ୍ୱରାଷ୍ଟ୍ର ବିଭାଗ ରିଜୋଲସନ ନଂ 7390-poll/2-04/2013 Poll ତାରଖ 19 ଫେବୃଆରୀ 2014 ରେ ପୂର୍ବନିର୍ଦେଶକୁ ବାତିଲ କରିଛନ୍ତି । କିନ୍ତୁ RTI ତଥ୍ୟ ଅନୁସାରେ 2012 ରେ ପ୍ରାୟ 3 ଲକ୍ଷ ଏକର ଜମି ଏଥିପାଇଁ ସରଂକ୍ଷିତ ଥିବାର ଉଲେଖ ରହିଛି। ତେଣୁ ଯବାନ ଲିଜ ଜମି ଅଭାବ ଥିବା କଥା ଅସତ୍ୟ । ଅନ୍ୟପଟରେ ଜବାନ ଲିଜ ଜମିକୂ ଅନେକ କ୍ଷତ୍ରରେ ପ୍ରଭାବଶାଳୀ ଲୋକ ଏବଂ ନୟାଗଡ ଜିଲ୍ଲା ର ରଣପୁର ତହସିଲ ରେ ପଥର ଖଣି ମାଫିଆ ମାନଙ୍କୁ ଆବଣ୍ଟନ କରାଯାଇଛି l ସରକାରୀ ଜମିକୁ ବାଂଲାଦେଶ ରୁ ଆସିଥିବା ସରଣାର୍ଥୀ ଙ୍କୁ ଦିଆଯାଉଛି କିନ୍ତୁ ସେହି ଦେଶର ମାଟି ପାଇଁ ବଳିଦାନ ଦେଉଥିବା ଜବାନ ମାନଙ୍କ ଜମିକୁ ସରକାର ଛଡେଇ ନେଇଛନ୍ତି l କେବଳ ନବରଙ୍ଗପୁର, ମାଲକାନଗିରି ଓ ଗଜପତି ଜିଲ୍ଲା ର ତଥ୍ୟ ଅନୁଯାୟୀ 74113 ବାଂଲାଦେଶୀ ସରଣାର୍ଥୀ ଓ 56 ତାମିଲ ସରଣାର୍ଥୀ ରହୁଛନ୍ତୁ l ଅନ୍ୟ ଜିଲ୍ଲା ମାନଙ୍କ ତଥ୍ୟ ଦିଆଯାଇନାହିଁ l ତଥ୍ୟ ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ ବାଙ୍ଗଲାଦେଶ ବିଭାଜନ ପରେ 1986 ରେ କେବଳ 6355 ବିବାଙ୍ଗଲାଦେଶୀ ଶରଣାର୍ଥୀ ଥିଲେ କାଳକ୍ରମେ ଏହା 46848 କୁ ଟପି ଗଲାଣି l ଆଜି ଅଲ ଓଡିଶା ଭେଟେରାନ ସୋଲଜରସ ଆଶ୍ସୋସିଏସନ ର ଗଭର୍ଣ୍ଣିଙ୍ଗ ବାଡ଼ି ର ମିଟିଂ ରେ ସଂଘର ସଭାପତି ଭେଟେରାନ ପରମେଶ୍ୱର ସ୍ୱାଇଁ ଓଡିଶା ରେ ପୂର୍ବ ସୈନିକ ମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ସଂଘ ରେ ଉପ-ସଭାପତି ମଧୁସୂଦନ ଦାସ ଓ ପତିତପାବନ ସେନାପତି, ସେକ୍ରେଟାରୀ ଉମେଶ ଚଇନି, ସଂଯୋଜକ ରତ୍ନାକର ଗୁମାନସିଂ , ଦେବରାଜ ବଳିୟାରସିଂ, ଦେବେନ୍ଦ୍ର ରାଉତ ଆଦି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ l ଓଡିଶା ରେ ପୂର୍ବ ସୈନିକ ମାନଙ୍କୁ କୌଣସି ଚାକିରୀ ନାହିଁ ସେମାନଙ୍କୁ ଠିକl ସଂସ୍ଥା ରେ ରଖାଯାଉଛି ଓ ଅନେକ ସମୟ ରେ ସେମାନେ କିଛି ଅସାଧୁ ଲୋକ ମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି l ଓଡିଶା ରେ ପୂର୍ବ ସୈନିକ ମାନଙ୍କୁ କୌଣସି ଚାକିରୀ ନାହିଁ ଓ ସେମାନଙ୍କୁ ଠିକl ସଂସ୍ଥା ରେ ରଖାଯାଉଛି ଓ ଅନେକ ସମୟ ରେ ସେମାନେ କିଛି ଅସାଧୁ ଲୋକ ମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି l ବିଗତ ଦିନରେ BMC ଏନ୍ଫୋର୍ସମେଣ୍ଟ ସ୍କୁର୍ଡ଼ କୁ ଆକ୍ରମଣ ଘଟଣା ହେଉ କି କାକଟପୁର ରେ TPDCOL ଏଜେନ୍ସି ରେ ଯବାନ କୁ ମରଣାତ୍ମକ ଆକ୍ରମଣ ଘଟଣା ପୂର୍ବ ସୈନିକ ମାନଙ୍କ ସୁରକ୍ଷା ଓ ସମ୍ମାନ କୁ ଆଞ୍ଚ ଆସିଛି l ଏଜେନ୍ସି ରେ ଡିଉଟି କରୁଥିବା ଯବାନ ମାନଙ୍କୁ ପରିଚୟ ପତ୍ର ଦିଆଯାଉନାହିଁ କି EPF ର ସୁବିଧା ଦିଆଯାଉନାହିଁ l ଅଲ ଓଡିଶା ଭେଟେରାନ ସୋଲଜରସ ଆଶ୍ସୋସିଏସନ ଓଡ଼ିଶାରେ ପୂର୍ବ ସୈନିକ ନିଗମ ର ଗଠନ ଓ ସମସ୍ତ ପୂର୍ବ ସୈନିକ ମାନଙ୍କୁ ଏହି ସଂସ୍ଥା ରେ ସାମିଲ କରିବା ପାଇଁ ସରକାରଙ୍କୁ ଅନୁରୋଧ କରୁଛି l ଓଡ଼ିଶାର ସହିଦ ମାନଙ୍କୁ ମାନେ ପକାଇବା ପାଇଁ ଭୁବନେଶ୍ୱର କଳିଙ୍ଗନଗର ରେ ଗୋଟିଏ ଯୁଦ୍ଧ ସହିଦ ସହିଦ ସ୍ମାରକ ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରଖାଗଲା l Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଲିଗୁଡା ରେ ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana June 26, 2026 ଅର୍ଥ ଆତ୍ମସାତ ମାମଲା ରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଗିରଫ by Proprietor Abhimanyu Maharana June 26, 2026 କୋରାପୁଟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ୍ୟ ସୀସାଙ୍କ ବିୟୋଗ by Proprietor Abhimanyu Maharana June 26, 2026 Dabur India Limited inducts the importance of Wonder Herb – Pudina by Proprietor Abhimanyu Maharana June 26, 2026 ଚମତ୍କାର ଔଷଧି - ପୁଦିନାର ମହତ୍ୱକୁ ସାମିଲ କରିଛି ଡାବର ଇଣ୍ଡିଆ ଲିମିଟେଡ by Proprietor Abhimanyu Maharana June 25, 2026 ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ by Proprietor Abhimanyu Maharana June 25, 2026