Home ଓଡ଼ିଶା ସାସଂଦ ସମ୍ବିତ ପାତ୍ରଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଘେରିଲା – ଯୁବ କଂଗ୍ରେସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp 1. ସମ୍ବିତ ପାତ୍ର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । 2. ପାଗଳଙ୍କ ଚିକିତ୍ସାପାଇଁ ଥିବା ଏକ ଆମ୍ବଲାନ୍ସ ଏବଂ ଷ୍ଟ୍ରେଚର ବିକ୍ଷୋଭ ସ୍ଥଳକୁ ନିଆଯାଇଥିଲା। 3. ଦୁଇଘଂଟା କାଳ ସମ୍ବିତ ପାତ୍ରଙ୍କ ବାସଭବନକୁ ଘେରାଉ କରି ରଖିଥିଲେ ଯୁବ କଂଗ୍ରେସ କର୍ମୀମାନେ। 4. ମିଥ୍ୟା କଥା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ସମ୍ବିତ ପାତ୍ରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଯୁବ କଂଗ୍ରେସ ଦାବି କରୁଛି । 5. ପ୍ରଦେଶ ଯୁବ କଂଗ୍ରେସ ସମ୍ବିତ ପାତ୍ରଙ୍କୁ ପାଗଳଙ୍କ ଡାକ୍ତରଖାନାରେ ଭର୍ତ୍ତିକରିବା ପାଇଁ ନିଷ୍ପତି ନେଇ ଆସିଛି । ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଦେଶପ୍ରୀତି, ସାଧୁତା ଏବଂ ଦେଶପ୍ରତି ତାଙ୍କର ଦାୟିତ୍ୱବୋଧ ଉପରେ ଅଙ୍ଗୁଳି ପ୍ରଦର୍ଶନ କରି ଚର୍ଚ୍ଚାରେ ରହିବାପାଇଁ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ସାସଂଦ ସମ୍ବିତ ପାତ୍ରଙ୍କ ଭୁବନେଶ୍ୱର କଳିଙ୍ଗବିହାର ସ୍ଥିତ ବାସଭବନକୁ ଆଜି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଘେରାଉ କରିଥିଲା । ଯୁବ କଂଗ୍ରେସ କର୍ମୀମାନେ ଏକ ବିଶାଳ ର୍ୟାଲିରେ ସମ୍ବିତ ପାତ୍ରଙ୍କ ଘର ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାୟ ଦୁଇଘଂଟା କାଳ ସମ୍ବିତ ପାତ୍ରଙ୍କ ବାସଭବନକୁ ଘେରାଉ କରି ରଖିଥିଲେ । ପ୍ଲାକାର୍ଡ, ସ୍ଲୋଗାନ ଏବଂ ବ୍ୟାନର ମାଧ୍ୟମରେ ଯୁବ କଂଗ୍ରେସ ପକ୍ଷରୁ ପ୍ରକାଶ କରାଯାଇଥିଲା ଯେ ସମ୍ବିତ ପାତ୍ର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ତେଣୁ ତାଙ୍କୁ ପାଗଳଙ୍କ ଚିକିତ୍ସାପାଇଁ ଥିବା ଡାକ୍ତରଖାନାରେ ଭର୍ତ୍ତି କରିବାପାଇଁ ଏକ ଆମ୍ବଲାନ୍ସ ଏବଂ ଷ୍ଟ୍ରେଚର ବିକ୍ଷୋଭ ସ୍ଥଳକୁ ନିଆଯାଇଥିଲା । ଏକ ଅଭିନବ ଉପାୟରେ ସମ୍ବିଦ ପାତ୍ରଙ୍କ ବାସଭବନ ନିକଟରୁ ସମ୍ବିତ ପାତ୍ରଙ୍କ ଫଟୋର ଫ୍ଲେକ୍ସ ପରିଧାନ କରିଥିବା ଏକ ବ୍ୟକ୍ତିଙ୍କୁ ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ଯାଏ ଅଣାଯାଇଥିଲା । ପୋଲିସ ସହ ଯୁବ କଂଗ୍ରେସ କର୍ମୀଙ୍କର ସେଠାରେ ଧସ୍ତାଧସ୍ତି ହୋଇଥିଲା ଏବଂ ପରିଶେଷରେ ପୋଲିସ ଯୁବ କଂଗ୍ରେସ କର୍ମୀମାନଙ୍କୁ ଘଟଣାସ୍ଥଳରୁ ଭ୍ୟାନ ଯୋଗେ ଉଠାଇ ନେଇଥିଲା । ଏହି ଅବସରରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର କହିଥିଲେ ଯେ ସାସଂଦ ସମ୍ବିତ ପାତ୍ର ନିଜର ପଦମର୍ଯ୍ୟାଦା ରଖୁନାହାନ୍ତି । ତାଙ୍କ ନିୟନ୍ତ୍ରଣରେ ତାଙ୍କ ଜିଭ ନାହିଁ । ସେ ଚର୍ଚ୍ଚାରେ ରହିବାପାଇଁ ଯାହାପରେ ତାହା କହିଚାଲିଛନ୍ତି । ରାହୁଲ ଗାନ୍ଧୀଙ୍କ ଦେଶଭକ୍ତି, ସାଧୁତା ଏବଂ ରାଷ୍ଟ୍ରପତିତାଙ୍କର ସମର୍ପଣ ଭାବକୁ ଭାରତବାସୀ ଜାଣନ୍ତି । କିନ୍ତୁ ସମ୍ବିତ ପାତ୍ର ଚୀନ ଓ ପାକିସ୍ଥାନରୁ ଅର୍ଥ ଆଣି ରାହୁଲ ଗାନ୍ଧୀ ଭାରତରେ ଅସ୍ଥିରତା ସୃଷ୍ଟି କରୁଛନ୍ତି ବୋଲି ଯେଉଁ ଆପେକ୍ଷ କରିଛନ୍ତି ତାହା ଦୁର୍ଭାଗ୍ୟଜନକ । ସମ୍ବିତ ପାତ୍ର ତାଙ୍କ ବକ୍ତବ୍ୟରେ ଜଗତର ନାଥ ଜଗନ୍ନାଥ ମୋଦୀଙ୍କ ଭକ୍ତ ବୋଲି କହି ବିଶ୍ୱବାସୀଙ୍କ ନିକଟରେ ନିନ୍ଦିତ ହୋଇଛନ୍ତି । ତେଣୁ ମିଥ୍ୟା କଥା କହି ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଥିବା ସମ୍ବିତ ପାତ୍ରଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଯୁବ କଂଗ୍ରେସ ଦାବି କରୁଛି । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା କଂଗ୍ରେସ ପ୍ରାର୍ଥୀ ସୟଦ ୟାସିର ନୱାଜ କହିଥିଲେ ଯେ ସମ୍ବିତ ପାତ୍ରଙ୍କ ବକ୍ତବ୍ୟ ପାଗଳର ପ୍ରଳାପ । ସମାଜ ଭିତରେ ଏଭଳି ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ ଖୋଲାଛଡ଼ା ଯିବା ଉଚିତ ନୁହେଁ । ତେଣୁ ତାଙ୍କର ମାନସିକ ଚିକିତ୍ସା ଆବଶ୍ୟକ । ପ୍ରଦେଶ ଯୁବ କଂଗ୍ରେସ ସମ୍ବିତ ପାତ୍ରଙ୍କୁ ପାଗଳଙ୍କ ଡାକ୍ତରଖାନାରେ ଭର୍ତ୍ତିକରିବା ପାଇଁ ନିଷ୍ପତି ନେଇ ଆସିଛି । ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ସେ ଯେଉଁ ଅଭିଯୋଗ କରିଛନ୍ତି ତାହା ଅମୂଳକ ଏବଂ ଦେଶବାସୀଙ୍କୁ ବିଭ୍ରାନ୍ତ କରିବାପାଇଁ ଉଦ୍ଦିଷ୍ଟ । ସେ ଜଣେ ଅଯୋଗ୍ୟ ସାଂସଦ କାରଣ ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ଲୋକସଭାର ବିରୋଧି ଦଳ ନେତାଙ୍କ ପ୍ରତି ତାଙ୍କର ସମ୍ମାନ ନାହିଁ । ସଂସଦ ଭିତରେ ଏଭଳି ଜଣେ ପାଗଳ ବ୍ୟକ୍ତିଙ୍କୁ ପ୍ରବେଶ କରାଇବା ମଧ୍ୟ ଉଚିତ ନୁହେଁ । ଗାନ୍ଧୀ ପରିବାର ବିଶେଷ କରି ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ କରି ପ୍ରାଣବଳି ଦେଇଛନ୍ତି । ରାହୁଲଜୀ ମଧ୍ୟ ଦେଶର ଅଖଣ୍ଡତା, ଭାତୃତ୍ୱ, ଏକତା ଏବଂ ଶାନ୍ତିପାଇଁ ଭାରତଯୋଡ଼ ଯାତ୍ରା କରିଥିଲେ । ଦେଶର ସ୍ୱାର୍ଥରେ ରାହୁଲଜୀଙ୍କର ଶାଣିତ ସ୍ୱରରେ ସମ୍ବିତ ପାତ୍ର ବିଚଳିତ ହୋଇ ମାନସିକ ଭାରସାମ୍ୟ ହରାଇଛନ୍ତି । ସମ୍ବିତ ପାତ୍ର କ୍ଷମା ମାଗିନିଅନ୍ତୁ । ନଚେତ ସାରା ଓଡ଼ିଶାରେ ସେ ଯେଉଁଠାକୁ ଗସ୍ତ କରନ୍ତୁ ତାଙ୍କୁ ଉଚିତ ଯବାବ ଯୁବ କଂଗ୍ରେସ ଦେବ । ଏହି କାର୍ଯ୍ୟକ୍ରମରେ ମହମ୍ମଦ ଇମଦାଦ, ମନୋଜ ବିଶ୍ୱାଳ, ସନ୍ତୋଷ ଜେନା, ସୁଦିପ ସାମଲ, ନିହାର ବେହେରା, ଗୋପନ ମାର୍ଥା, ମହମ୍ମଦ ଗୁଲଫାମ, ଜାଭେଦ ଅକତର, କେଦାର ଦଳାଇ, ମହମ୍ମଦ ପରଭେଜ, ଲକ୍ଷ୍ମୀପ୍ରିୟା ନାୟକ, ବିରଞ୍ôଚ ବାରିକ, ଆଲୋକ ଦାସ, ଚନ୍ଦନ ପଣ୍ଡା, ବଳରାମ ନନ୍ଦ, ସୁରଜ ରାଉତ, ନିରଞ୍ଜନ ନାୟକ, ଜଗଦିଶ ରାଉତ, ସୌରଭ ପଟ୍ଟନାୟକ, ସ୍ୱରୂପ କାନୁନଗୋ, ମହମ୍ମଦ ସଫି ଆଜମ, ପ୍ରଶାନ୍ତ ରାଉତ, ପବିତ୍ର ସେଠୀ, ସମ୍ବିତ ସ୍ୱାଇଁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026