ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ପଦ୍ମପୁର :– ପଦ୍ମପୁର ସହର ବିଜ୍ଞାପିତ ଅଞ୍ଚଳର ବିଜୁ ଏକ୍ସପ୍ରେସ ୱେ ରାସ୍ତା ପାଖରେ ପଲିଥିନ ତଳେ ଦୀର୍ଘ ଦିନ ଧରି ଅସହାୟ ପରିବାର ଦୟନୀୟ ଅବସ୍ଥାରେ ଖରା,ବର୍ଷା,ଶୀତରେ ଦିନ କାଟୁଛନ୍ତି । ଏ ବିଷୟରେ ପ୍ରଶାସନ ଅବଗତ ଅଛି ହେଲେ କିଛି ଫଳ ମିଳିନାହିଁ । ପ୍ରକାଶ ଥାଉକି ପଦ୍ମପୁର ବିଜ୍ଞାପିତ ଅଞ୍ଚଳର ରୀତା ସନ ବରଷା ସହରର ମଝିରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଏକ କୋଠା ଘରର ପଛ ଆଡେ ପଲିଥିନ ତଳେ ବାସ କରୁଛନ୍ତି ।
ତାଙ୍କର ସ୍ବାମୀ ଦୀର୍ଘ ଦିନରୁ ତାଙ୍କୁ ଛାଡି କୁଆଡେ ଚାଳିଯାଇଛି । ରୀତା ସନବରଷା ୩ଟି ଝିଅକୁ ଧରି ଏକାକୀ କଷ୍ଟରେ ଜୀବନ ଯାପନ କରୁଛନ୍ତି । ଘର ଖଣ୍ତିଏ ଦେବା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଜୁର କରିଛନ୍ତି ହେଲେ ତହସିଲଦାର ଓ ଆରଆର ଙ୍କ ଠାରେ ଅନେକ ଥର ଗୁହାରି କରି ଦୀର୍ଘ ଏକ ବର୍ଷ ହେଲା ଫଳପ୍ରଦ ହେଉ ନାହିଁ । ସେ ଜଣେ ଭୂମୀହୀନ ମହିଳା ଅଟେ । ତାଙ୍କୁ ବସୁନ୍ଧରା ଯୋଜନାରେ ଖଣ୍ତିଏ ଘର ମିଳିବା କଥା କିନ୍ତୁ କେଉଁ କର୍ମଚାରୀ ଯୋଗୁଁ ଅବହେଳା ହେଉଛି ତାହା ଜଣା ପଡୁନାହିଁ । ତେଣୁ ତାଙ୍କୁ ବିଡିଓ ଘର ଖଣ୍ତିଏ ଯୋଗାଇ ଦେବା ପାଇଁ ଦାବି ହୁଏ । (ରିପୋର୍ଟ – ନିରୋଜ କୁମାର ପାଣୀ)
