Home ଓଡ଼ିଶା ମା ବାଗଦେବୀ କ୍ରିକେଟ୍ ଟିମ୍ ଖାଲମଡ଼ା ଚାମ୍ପିଅନ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଜାକେଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରବିବାର ଦିନ କନ୍ଧଖାଲମଡା ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ୨୦୨୫ ମା ବାଗଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବ ସମାଜସେବୀ ତଥା ଯୁବ ସାମ୍ବାଦିକ ଦିଲ୍ଲୀପ କୁମାର ଜାନି ଯୋଗଦେଇ ଆନୁଷ୍ଠାନିକ ଭାବେ କ୍ରୀଡ଼ାକୁ ଉଦଘାଟନ କରିଥିଲେ।ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଧୂମଧାମରେ ଖେଳ ଅନୁଷ୍ଠିତ ହୋଇଯାଇଛି। ତା ୦୧. ୦୬. ୨୦୨୫ ରିଖ ଠାରୁ ତା ୦୬. ୦୬. ୨୦୨୫ ରିଖ ପର୍ଯ୍ୟନ୍ତ ୬ଦିନ ବ୍ୟାପି ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିନରେ ଭାଲିଆପଦର ସହିତ ଡ଼ିମିରିପଲ୍ଲୀ ମଧ୍ୟରେ ଖେଳ ହୋଇଥିଲା । ପ୍ରଥମେ ଭାଲିଆପଦର ବ୍ୟାଟିଂ କରି ୧୦ ଓଭରରେ ୪ ୱାଇକେଟ ହରାଇ ୯୩ ରନ ସଂଗ୍ରହ କରିଥିଲା ଏହାର ଜବାବରେ ଡ଼ିମିରିପଲ୍ଲୀ ୫ ଓଭରରେ ଗୋଟିଏ ୱାଇକେଟ ହରାଇ ୯୪ ରନ ସଂଗ୍ରହ କରି କ୍ଵାଟର ଫାଇନାଲ କୁ ପ୍ରବେଶ କରିଥିଲା। ଦ୍ୱିତୀୟ ଇନସିଂ ରେ ସିନ୍ଦୁରତଇଲା ସହିତ ନୂଆସାହି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସିନ୍ଦୁରତଇଲା ବ୍ୟାଟିଂ କରି ୧୦ ଓଭରରେ ୩ ୱାଇକେଟ ହରାଇ ୧୭୧ ରନ ସଂଗ୍ରହ କରିଥିଲା ଏହାର ଜବାବରେ ନୂଆସାହି ୧୦ ଓଭରରେ ୪ ୱାଇକେଟ ହରାଇ ୧୧୧ ରନ ସଂଗ୍ରହ କରି ପରାଜିତ ହୋଇଥିଲା।ଇତି ମଧ୍ୟରେ ସିନ୍ଦୁରତଇଲା କ୍ଵାଟର ଫାଇନାଲ ପ୍ରବେଶ କରିଥିଲା।ସିନ୍ଦୁରତଇଲା ଓ ଡ଼ିମିରିପଲ୍ଲୀ ଉଭୟ ଙ୍କ ମଧ୍ୟରେ ପ୍ରଥମ କ୍ଵାଟର ଫାଇନାଲ କଡ଼ା ମୁକାବିଲା ହୋଇଥିଲା। ପ୍ରଥମେ ସିନ୍ଦୁରତଇଲା ବ୍ୟାଟିଂ କରି ୧୦ ଓଭରରେ ୪ ୱାଇକେଟ ହରାଇ ୧୬୬ ରନ ସଂଗ୍ରହ କରିଥିଲା ଜବାବରେ ଡ଼ିମିରିପଲ୍ଲୀ ୧୦ ଓଭରରେ ୮ୱାଇକେଟ ହରାଇ ୭୫ ରନ ସଂଗ୍ରହ କରି କ୍ଵାଟର ଫାଇନାଲ ରୁ ବିଦାୟ ନେଇଥିଲା। ଯାହାଫଳରେ ସିନ୍ଦୁରତଇଲା ପ୍ରଥମ ଭାବେ ସେମିଫାଇନାଲ କୁ ପ୍ରବେଶ କରିଛି। ଆଜିର ଖେଳକୁ ଦାଶରଥି ସାନବଡ଼ ଓ ପ୍ରଭାତ ମଳିକ ଏବଂ ଭାବଗ୍ରାହୀ ଜାନି ପରିଚାଳନା କରିଥିବା ବେଳେ କନ୍ଧଖାଲମଡ଼ା ମା ବାଗଦେବୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ ଏହାକୁ ସହଯୋଗ କରିଥିଲେ। ଦ୍ୱିତୀୟ ଦିନ ଖେଳରେ ପ୍ରଥମେ ଡୁଗୁଡ଼ି ବ୍ୟାଟିଂ କରି ୧୦ ଓଭରରେ ୧୦ ୱାଇକେଟ ହରାଇ ୧୧୫ ରନ କରିଥିଲା ଜବାବରେ ବାଡ଼ିବାରୀ ୧୦ ଓଭରରେ ୬ ୱାଇକେଟ ହରାଇ ୯୩ ମ୍ୟାଚ ହାରିଯାଇଥିଲା। ଦ୍ୱିତୀୟ ଭାବେ କ୍ଵାଟର ଫାଇନାଲ କୁ ପ୍ରବେଶ କରିଛି। ସେହିପରି ଶିମିଳିସାହି ୧୦ ଓଭରରେ ୮ ୱାଇକେଟ ହରାଇ ୧୦୪ ରନ କରିଥିଲା ଜବାବରେ କାପ୍ତାପଲ୍ଲୀ ୧୦ ଓଭରରେ ଗୋଟିଏ ୱାଇକେଟ ହରାଇ ୧୦୫ ରନ କରି କ୍ଵାଟର ପ୍ରବେଶ କରିଥିଲା। କାପ୍ତାପଲ୍ଲୀ ଓ ଡୁଗୁଡ଼ି ମଧ୍ୟରେ ଦ୍ୱିତୀୟ ଦିନରେ ଦ୍ୱିତୀୟ କ୍ଵାଟର ଫାଇନ ହୋଇଥିଲା। ପ୍ରଥମେ କାପ୍ତାପଲ୍ଲୀ ୧୦ ଓଭରରେ ୮ ୱାଇକେଟ ହରାଇ ୧୨୯ ରନ କରିଥିଲା ଏହାର ଜବାବରେ ଡୁଗୁଡ଼ି ୧୦ ଓଭରରେ ସମସ୍ତ ୱାଇକେଟ ହରାଇ ୬୫ ରନ ସଂଗ୍ରହ କରି ପରାଜୟ ହୋଇଥିଲା। ଫଳରେ କାପ୍ତାପଲ୍ଲୀ ସେମିଫାଇନାଲକୁ ପ୍ରବେଶ କରିଛି। ଆଜିର ଖେଳରେ ୧୭ ନଂ ଜୋନ ଜିଲ୍ଲାପରିଷଦ ସମିତି ସଭ୍ୟା ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳବେହେରା, ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ,ବ୍ଲକ ବିଜେଡ଼ି ସସଭାପତି ଯୁଗଳ କିଶୋର ସାହୁ, ସ୍ଥାନୀୟ ଅଙ୍ଗନୱାଡି ଦିଦି ସୁଲୋଚନା ମଳିକ,ପାଚିକା ସହାୟିକା ଅଞ୍ଜନା ସାନବଡ଼,ପୂର୍ବତନ ୱାର୍ଡ ମେମ୍ବର ଉତ୍ତମ ମଳିକ ପ୍ରମୁଖ ଯୋଗ ଦେଇଥିଲେ। ତୃତୀୟ ଦିବସରେ ପ୍ରଥମେ ଖାଲମଡା ବ୍ୟାଟିଂ କରି ୧୦ ଓଭରରେ ୬ୱାଇକେଟ ହରାଇ ୧୨୩ ରନ ସଂଗ୍ରହ କରିଥିଲା ଜବାବରେ ଜାମୁସାହି ୧୦ ଓଭରରେ ୧୨୧ ରନ କରି ମ୍ୟାଚ ହାରିଥିଲା। ଫଳରେ ଖାଲମଡା କ୍ଵାଟରରେ ପ୍ରବେଶ କରିଥିଲା। ସେହିପରି ଗୁଣ୍ଠାପାଜୁ ୧୦ ଓଭରରେ ୪ ୱାଇକେଟ ହରାଇ ୧୫୮ ରନ କରିଥିଲା ଏହାର ଜବାବରେ କୁସୁମଗାଡ଼ିଆ ୧୦ ଓଭରରେ ୪ ୱାଇକେଟ ହରାଇ ୧୨୯ ରନ କରି ମ୍ୟାଚ ହାରିଥିଲା। ଯାହାଫଳରେ କ୍ଵାଟର ପ୍ରବେଶ କରିଥିଲା। ୪ର୍ଥ ଦିନରେ ପ୍ରଥମେ ବଡଜିରୀ ୧୦ ଓଭରରେ ୫ ୱାଇକେଟ ହରାଇ ୯୦ ରନ କରିଥିଲା ଏହାର ଜବାବରେ ବରକୁଳା ୯ ଓଭରରେ ୯୨ ରନ କରି ମ୍ୟାଚ ଜିତିନେଇଥିଲା।ଫଳରେ ବରକୁଳା କ୍ଵାଟର ପ୍ରବେଶ କରିଥିଲା।ସେହିପରି ପ୍ରଥମେ କନ୍ଧଖାଲମଡ଼ା ୧୦ ଓଭରରେ ୫ ୱାଇକେଟ ୧୩୦ ରନ ସଂଗ୍ରହ କରିଥିଲା ଏହାର ଜବାବରେ ବରକୁଳା ୧୦ ଓଭରରେ ୬ ୱାଇକେଟ ୧୨୬ ରନ କରି ମ୍ୟାଚ ହାରିଥିଲା କନ୍ଧଖାଲମଡ଼ା ସେମିଫାଇନାଲ କୁ ପ୍ରବେଶ କରିଥିଲା। ୫ମ ଦିନ ସେମି ଫାଇନାଲରେ ପ୍ରଥମେ କନ୍ଧଖାଲମଡ଼ା ବ୍ୟାଟିଂ କରି ୧୨ ଓଭରରେ ୭ ୱାଇକେଟ ହରାଇ ୧୪୧ ରନ କରିଥିଲା ଜବାବରେ କାପ୍ତାପଲ୍ଲୀ ୧୨ ଓଭରରେ ସମସ୍ତ ୱାଇକେଟ ହରାଇ ୧୦୨ ରନ କରି ସେମିରୁ ବିଦାୟ ନେଇଥିଲା ଏବଂ କନ୍ଧଖାଲମଡ଼ା ଫାଇନାଲ କୁ ପ୍ରବେଶ କରିଥିଲା। ସେହିପରି ସୁନ୍ଦରତଇଲା ୧୨ ଓଭରରେ ସମସ୍ତ ୱାଇକେଟ ହରାଇ ୧୨୫ ରନ କରିଥିଲା ଏହାର ଜବାବରେ ଖାଲମଡା ୧୨ ଓଭରରେ ୪ୱାଇକେଟ ହରାଇ ୧୩୦ ରନ କରି ଫାଇନାଲ କୁ ପ୍ରବେଶ କରିଥିଲା। ୬ଷ୍ଠ ଦିନ ତଥା ଫାଇନାଲ ମ୍ୟାଚରେ ପ୍ରଥମେ କନ୍ଧଖାଲମଡ଼ା ବ୍ୟାଟିଂ କରି ୧୨ ଓଭରରେ ୧୦୮ ରନ ସଂଗ୍ରହ କରିଥିଲା ଏହାର ଜବାବରେ ଖାଲମଡା ୧୦ ଓଭରରେ ୧୦ ଓଭରରେ ୧୧୪ ରନ କରି ଚାମ୍ପିଅନ ହୋଇଥିଲା।ଏହି କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଚମ୍ପିଆନ ଟ୍ରଫି ସହ ରନର୍ସ ଅଫ ଟ୍ରଫି ପ୍ରଦାନ କରିଥିଲେ ତତ ସହିତ ଗ୍ରାମର ବିଭିନ୍ନ ସମସ୍ୟା ବିଷୟରେ ଲୋକଙ୍କୁ ପଚାରି ବୁଝିବା ସହ ଏହାର ସମାଧାନ କରାଯିବ ବୋଲି ବିଧାୟକ ଶ୍ରୀ ବେହେରା ପ୍ରତିକ୍ରିୟା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ଦଶପଲ୍ଲା ୧୬ ନଂ ୱାର୍ଡ଼ର କାଉନସିଲର ଚିତ୍ତ ରଞ୍ଜନ ଗୋଛି, ସ୍ଥାନୀୟ ସମିତି ସଭ୍ୟା ପ୍ରଭାତୀ ମଳିକ, ନୂଆଗାଁ ସରପଞ୍ଚ ଙ୍କ ପ୍ରତିନିଧି ପଦ୍ମଲୋଚନ ପରିଡ଼ା, ବ୍ଲକ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ପ୍ରକାଶ କୁମାର ନାୟକ,ସାମ୍ବାଦିକ ଶିବଦତ୍ତ ପାତ୍ର, ହୃଦୟାନନ୍ଦ ଶାସମଲ, ସୁକେନ୍ଦୁ ଦାସ, ନରସିଂହ ଜାନି, ପ୍ରକାଶ ମଳିକ ସମେତ ଗ୍ରାମର ଏସ.ଏଚ.ଜି ର ସଭାନେତ୍ରୀ ପ୍ରମୁଖ ଯୋଗଦେଇ ଥିଲେ।ଖେଳ ପରିଚାଳନା କରିଥିଲେ ସୁନୀଲ ଓ ନବକିଶୋର ମଳିକ। ଏହାକୁ ସହଯୋଗ କରିଥିଲେ ସ୍ଥାନୀୟ ସମାଜସେବୀ ତଥା ଯୁବ ସାମ୍ବାଦିକ ଦିଲ୍ଲୀପ କୁମାର ଜାନି ଏବଂ ମା ବାଗଦେବୀ କ୍ରିକେଟ କ୍ଲବର ସମସ୍ତ ସଦସ୍ୟ। Categories: ଓଡ଼ିଶା, ଖେଳ, ନୟାଗଡ଼ ନିଉଜ୍, ହୋମ୍ Related Content ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ by Proprietor Abhimanyu Maharana May 1, 2026 ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା by Proprietor Abhimanyu Maharana May 1, 2026 ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ by Proprietor Abhimanyu Maharana May 1, 2026 ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା by Proprietor Abhimanyu Maharana May 1, 2026 ୟୁ.କେ. ଓଡ଼ିଶା ସାମଜ ପକ୍ଷରୁ ସପ୍ତମ ଉତ୍କଳ ଦିବସ ପାଳନ by Proprietor Abhimanyu Maharana May 1, 2026 Odisha Society of UK Celebrates Seventh Utkal Dibas by Proprietor Abhimanyu Maharana May 1, 2026