ମିଳିତ ଭାବେ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ ଦ୍ୱାରା ଆୟୋଜିତ ହେବ
ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଆସନ୍ତା ଜୁନ ୮ ତାରିଖରେ ‘ରିସେଂଟ ଆଡ୍ଭାନ୍ସେସ ଇନ ଆଇକୋନିକ ବିଲ୍ଡିଙ୍ଗ ପ୍ରୋଜେକ୍ଟସ’ ଶୀର୍ଷ ଏକ ମର୍ଯ୍ୟାଦାଜନକ ଜାତୀୟ ସେମିନାରର ଆୟୋଜିତ ହେବାକୁ ଯାଉଛି, ଯାହାକୁ ଓଡିଶା ସରକାରଙ୍କ ପୂର୍ତ ବିଭାଗ ଓ ଇଣ୍ଡିଆନ ବିଲ୍ଡିଙ୍ଗ କଂଗ୍ରେସ (ଆବିସି) ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ସମଗ୍ର ଦେଶରୁ ପ୍ରତିଷ୍ଠିତ ଇଞ୍ଜିନିୟର, ଆର୍କିଟେକ୍ଟ, ଅର୍ବାନ ପ୍ଲାନର, ସରକାରୀ ଅଧିକାରୀ, ଟେକ୍ନୋକ୍ରାଟ ଓ ଶିକ୍ଷାର୍ଥୀଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକତ୍ରିତ କରିବ ବୋଲି ଆଶା କରାଯାଉଛି ।
ଏହି ସେମିନାରରେ ଓଡିଶା ସରକାରଙ୍କ ପୂର୍ତ ବିଭାଗର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଏବଂ ପୂର୍ତ ବିଭାଗର ମୁଖ୍ୟ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ୩ଟି ବୈଷୟିକ ଅଧିବେଶନ ସାମିଲ ରହିଛି ଯାହା ସ୍ମାର୍ଟ ଭିତିଭୂମି, ସ୍ଥାୟୀ ନିର୍ମାଣ ଓ ଆଇକୋନିକ ବିଲ୍ଡିଂ ଡିଜାଇନ କ୍ଷେତ୍ରରେ ଅଭିନବ ପଦ୍ଧତି ଭଳି ଆଧୁନିକ ବିଷୟବସ୍ତୁଗୁଡିକ ଉପରେ ଗୁରୁତ୍ୱ ଦେବ । ଏହି ଅବସରରେ ଉପସ୍ଥିତ ଅନ୍ୟ ସମ୍ମାନିତ ବ୍ୟକ୍ତିମାନେ ହେଲେ ଆଇବିସି ଓଡ଼ିଶା ଚାପ୍ଟରର ସଚିବ ତ୍ରିନାଥ ବେହେରା, ସଂଯୋଜକ ମନୋଜ କୁମାର ମହାନନ୍ଦ, ଭେନ୍ୟୁ କମିଟିର ଅଧ୍ୟକ୍ଷ ପ୍ରିୟବ୍ରତ ସାମନ୍ତରାୟ, ପ୍ରତିଷ୍ଠାତା ସଭାପତି ଓ.ପି. ଗୋଏଲ, ଡବ୍ଲ୍ୟୁଏଫଇଓର ଡେପୁଟି ଏକ୍ସ-ଇଭିପି ଅଶୋକ ବାସ, ପୂର୍ବତନ ସଭାପତି ଶ୍ରୀଯୁକ୍ତ ପ୍ରଦୀପ ମିତଲ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଇ.ଏସ୍. ସିଦ୍ଧୁ ।
ଏସମ୍ପର୍କରେ ନିଜର ମତବ୍ୟକ୍ତ କରି ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଓଡିଶା ଚାପ୍ଟରର ଅଧ୍ୟକ୍ଷ ଇଞ୍ଜିନିୟର ବିଜୟ ଚନ୍ଦ୍ର ତ୍ରିପାଠୀ କହିଛନ୍ତି, “ନିର୍ମାଣ ଓ ଭିତିଭୂମି କ୍ଷେତ୍ରରେ ସଦ୍ୟତମ ଅଗ୍ରଗତିଗୁଡିକ ଉପରେ ସବିଶେଷ ତଥ୍ୟ ପ୍ରଦାନ କରିବା ପାଇଁ ଅନେକ ଜାତୀୟ ସ୍ତରୀୟ ବିଶେଷଜ୍ଞ ଏହି ସେମିନାରରେ ଯୋଗ ଦେବେ । ଲେଖକମାନେ ନୂତନ ଉଦ୍ଭାବନଗୁଡିକ ଉପରେ ରିସର୍ଚ୍ଚ ପେପର୍ ଉପସ୍ଥାପନ କରିବେ । ପିଡବ୍ଲୁଡି, ଗୃହ ଓ ନଗର ଉନ୍ନୟନ ବିଭାଗ, ୱାଟ୍କୋ, ଓଡିଶା ପୋଲିସ ହାଉସିଂ କର୍ପୋରେଶନ, ଇଡ୍କୋ ଭଳି ପ୍ରମୁଖ ସରକାରୀ ସଂସ୍ଥା ଏବଂ ଭିସୁଟ, ଓୟୁଟିଆର ଓ ସୋଆ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡିକର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।” ଇଣ୍ଡିଆନ ବିଲ୍ଡିଂ କଂଗ୍ରେସର ଅଧ୍ୟକ୍ଷ ଇଞ୍ଜିନିୟର ଚିନ୍ମୟ ଦେବନାଥ କହିଛନ୍ତି, “ଆମେ ପୂର୍ତ ବିଭାଗ ସହ ସହଯୋଗିତାରେ ଇଣ୍ଡିଆନ ବିଲ୍ଡିଂସ କଂଗ୍ରେସର ୧୯୬ତମ ଏକ୍ଜିକ୍ୟୁଟିଭ କାଉନ୍ସିଲ ମିଟିଂର ଆୟୋଜନ କରୁଛୁ ।
