ପାଇକମାଲ ଶିବ ମନ୍ଦିରକୁ ନ ଭାଙ୍ଗିବା ପାଇଁ ଉପଜିଲ୍ଲାପାଳ ଙ୍କ ଠାରେ ଦାବି – ପଦ୍ମପୁର

ଓଡିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଗୁରୁବାର ) ପଦ୍ମପୁର :– ପଦ୍ମପୁର ଉପଖଣ୍ତ ପାଇକମାଲ ବିଜୁ ଏକ୍ସପ୍ରେସ ୱେ ରାସ୍ତା କଡ଼ରେ ଥିବା ଶିବ ମନ୍ଦିର କୁ ନ ଭାଙ୍ଗିବା ପାଇଁ ପାଇକମାଲ ନାଗରିକ କମିଟି ପକ୍ଷରୁ ପଦ୍ମପୁର ଉପ ଜିଲ୍ଲାପାଳ ଙ୍କ ଠାରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପାଇକମାଲ ବ୍ଲକ ନିକଟରେ ଆଜକୁ ୭୦ ବର୍ଷ ହେଲା ଶିବ ମନ୍ଦିର ଅବସ୍ଥିତ । ମନ୍ଦିର ପାଖରେ ବିଜୁ ଏକ୍ସପ୍ରେସ ୱେ ନୁତନ ରାସ୍ତା କାମ ନିର୍ମାଣ କରା ଯାଉଛି । ଯଦ୍ବାରା କି ଶିବ ମନ୍ଦିର ଭାଙ୍ଗିଯିବ ।

ପ୍ରକାଶ ଥାଉକି ଶିବ ମନ୍ଦିରକୁ ନ ଭାଙ୍ଗି ବିଜୁ ରାସ୍ତା ନିର୍ମାଣ କରାଯାଇ ପାରିବ । କିନ୍ତୁ ତାହା ନ କରି ଶିବ ମନ୍ଦିର କୁ ଲାଗି ରାସ୍ତା ନିର୍ମାଣ କରା ଯାଉଛି । ସେଥିରେ ପାଇକମାଲ ବାସୀ ମର୍ମାହତ ହୋଇ ଶିବ ମନ୍ଦିର କୁ ନ ଭାଙ୍ଗି ରାସ୍ତା ନିର୍ମାଣ କରାଯାଉ ବୋଲି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଦାବି ପତ୍ର ଦେବା ସମୟରେ ଅନନ୍ତ କୁମାର ପଣ୍ଡା, ବିଜୟ ରାଓ,ଶ୍ଯାମ ଲାଲ ପ୍ରଧାନ, ନରେନ୍ଦ୍ର କୁମାର ସାହୁ, ଶ୍ରୀମତୀ ସୁବାସିନୀ ମେହେର, ଡାକ୍ତର ସବିତା ଚରଣ ମେହେର,ନିମାଇଁ ମହାପାତ୍ର ପ୍ରମୁଖ ଓ ଅନ୍ୟାନ୍ୟ ଉପସ୍ଥିତ ଥିଲେ। (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version