ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଅପରେସନ ସିନ୍ଦୂରର ସଫଳତା ଗାଥା ଏବଂ ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇ ଲାଗି ସମର୍ଥନ ଗୋଟାଇବାକୁ ବିଦେଶ ଗସ୍ତରେ ଯାଇଥିବା ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍ ନିଜ ଦେଶକୁ ଫେରିବା ପରେ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ସଂସଦୀୟ କ୍ଷେତ୍ର ତରଫରୁ ଅପରାଜିତାଙ୍କୁ ଦିଆଯାଇଛି ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା । ଆଦିବାସୀ ନୃତ୍ୟ, ଆଦିବାସୀ ବାଜାର ତାଳେ ତାଳେ ଅପରାଜିତାଙ୍କୁ ଫୁଲମାଳ ପିନ୍ଧାଇ ହାତରେ ଜାତୀୟ ପତାକା, ଅପରେସନ ସିନ୍ଦୂର, ଦେଶ୍ କି ବେଟୀ ଲେଖା ଥିବା ପ୍ଲାକାର୍ଡ ଧରି ନାଚି ନାଚି ସ୍ୱାଗତ କରିଥିଲେ କର୍ମୀ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଏକାମ୍ର, ଜୟଦେବ, ଖୋର୍ଦ୍ଧା, ଉତ୍ତର, ମଧ୍ୟ ଭଳି ନିର୍ବାଚନ ମଣ୍ଡଳୀର ବେଜେପି ନେତା ଓ କର୍ମୀ ଭୁନେଶ୍ୱର ବିମାନ ବନ୍ଦରରୁ ପଳାଶପଲ୍ଲୀସ୍ଥିତ ସାଂସଦଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ଅପରାଜିତାଙ୍କୁ ନେଇଥିଲେ ।

