ଖପ୍ରାଖୋଲ (ଓଡ଼ିଶା ତାଜା ନ୍ୟୁଜ୍) :- ପଶ୍ଚିମ ଓଡିଶା ର ପ୍ରଖ୍ୟାତ ଶୈବ କ୍ଷେତ୍ର ହରିଶଙ୍କର I ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଲୁ ଭିଡ଼ ଜମାନ୍ତି I ବିଶେଷ କରି ହରିଶଙ୍କର ର ପରିବେଶ ଗ୍ରୀଷ୍ମ ଋତୁ ରେ ବାତାବରଣ ଶୀତଳ ରହୁଥିବା ରୁ ପର୍ୟ୍ୟଟକ ଙ୍କ ଭିଡ଼ ଜମେ କିନ୍ତୁ ଗତ କିଛି ବର୍ଷ ହେବ ପୀଠ ର ବିକାଶ ପାଇଁ ସରକାର 5ଟି ଅଧୀନ ରେ କୋଟି କୋଟି ଟଙ୍କା ବ୍ୟୟ ରେ ରୂପାନ୍ତରିକରଣ କାମ କରିଛନ୍ତି I ଯାହାକି ପୀଠ ର ବିକାଶ ନା ରେ ସବୁଜ ବନାନୀ ନଷ୍ଟ ହୋଇଛି I ମନ୍ଦିର ପରିସରସ୍ତ ବଡ଼ ବଡ଼ ଗଛ କାଟି ଦେଇ ତଳେ ସିଲେଟ ପଥର ବିଛେଇ ଦିଆଯାଇଛି ଯାହାଦ୍ୱାରା ଲୋକେ ଛାଇ ଟିକ କ ପାଇ ପାରୁନାହାନ୍ତି ତାସହିତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓ ସିଲେଟ ପଥର ଉତ୍ତପ୍ତ ହେବା ଦ୍ୱାରା ଶ୍ରଦ୍ଧାଲୁ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି I
