
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ମହିଧରପଡା ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ହନୁମାନ ମନ୍ଦିର ବିଗ୍ର ପ୍ରତିଷ୍ଠା ବାର୍ଷିକ ମହାଯଜ୍ଞ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ସକାଳେ ହନୁମାନ ଚାଳିଶା ପାଠ ସାଙ୍ଗକୁ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ଦିଆଯାଇ ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା ।

