Home ଓଡ଼ିଶା କମାଲକା କ୍ୟାମ୍ପ ମାଧ୍ୟମରେ ପିଲାଙ୍କୁ ତାଲିମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଳାହାଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ ଆତ୍ମ ଶକ୍ତି ଟ୍ରଷ୍ଟ ସଦସ୍ୟ ସଂଗଠନର ମିଳିତ ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାରେ ପ୍ରଥମତଃ ୧୧ଟି ବ୍ଲକରେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଶ୍ରେଣୀର ପିଲାମାନଙ୍କୁ ନେଇ ଏକ ଗ୍ରୀଷ୍ମ କାଳୀନ ଶିବିର ବା କମାଲକା କ୍ୟାମ୍ପ ଆରମ୍ଭ ହୋଇଛି। ପିଲାମାନଙ୍କ ଶ୍ରେଣୀର ସ୍ତର ଅନୁଯାୟୀ ପଠନ,ଲିଖନ ଓ ମୈାଳିକ ଗଣିତର ଦକ୍ଷତାକୁ ମଜଭୁତ କରିବା ଏହି ଶିବିରର ମୂଖ୍ୟ ଉଦ୍ଦେଶ୍ୟ। ଏହି ଶିବିରରେ ସ୍ବେଚ୍ଛାସେବୀ ମାନଙ୍କର ନାମ ପଞ୍ଜିକରଣ କରିବା ସହିତ ମ୍ୟାପିଙ୍ଗ ପ୍ରୋଫାଇଲ୍ ମଧ୍ୟ କରାଯାଇଛି।ଏହି ଶିବିର ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ।ପ୍ରତି ସପ୍ତାହରେ ଅଲଗା ଅଲଗା ପାଠ୍ୟକ୍ରମ ରହିଛି। ପିଲାମାନଙ୍କ ନାଚ ଗୀତ ମାଧ୍ୟମରେ ଆକୃଷ୍ଟ କରିବା ସହିତ ଶିକ୍ଷାର ଗୁଣାତ୍ମକ ବୃଦ୍ଧି ମଧ୍ୟ ହୋଇପାରିବ ବୋଲି ସଂଗଠନର ପ୍ରୟାସ ଜାରି ରହିଛି। ଏହି ସଂଗଠନରେ ପୂର୍ଣ୍ଣିମା ବଗର୍ତ୍ତୀ ବ୍ଲକର ଉର୍ମି ଲିଡର ମାନେ ତରୁଣୀ ମାଝୀ, ବୀଣାପାଣି ସୁନା, ପ୍ରେମ ଶୀଳା ପାଣିଗ୍ରାହୀ ଯୋଗ ଦେଇ କ୍ୟାମ୍ପକୁ ସାଫଲ୍ୟ ମଣ୍ଡିତ କରିଛନ୍ତି। Categories: ଓଡ଼ିଶା, କଳାହାଣ୍ଡି, ହୋମ୍ Related Content ଏକ ଯକ୍ଷ୍ମାମୁକ୍ତ ଭାରତ - କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ by Proprietor Abhimanyu Maharana September 18, 2026 ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ by Proprietor Abhimanyu Maharana September 18, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା by Proprietor Abhimanyu Maharana September 18, 2026 ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ by Proprietor Abhimanyu Maharana September 18, 2026 ଝାଡେଶ୍ବରୀ ମନ୍ଦିର ନିକଟ ରାସ୍ତା ଜଳାର୍ଣ୍ଣବ ପର୍ଯ୍ଯଟକ ହନ୍ତସନ୍ତ by Proprietor Abhimanyu Maharana September 18, 2026 ସଂଯୁକ୍ତ ଆରବ ଏମିରଟ୍ସ (ୟୁ ଏ ଇ ) ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ - ସୃଷ୍ଟି ହେବ ୯ ଲକ୍ଷ ନିଯୁକ୍ତି by Proprietor Abhimanyu Maharana September 18, 2026