Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ – କଡା ସୁରକ୍ଷା ବ୍ୟବସ୍ଥା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କନ୍ଧମାଳ (ଓଡ଼ିଶା ତାଜା ନ୍ୟୁଜ୍) :- ଆଦିବାସୀ ଅଧୁଷିତ ବହୁଳ କନ୍ଧମାଳ ଜିଲ୍ଲା ଫୁଲବାଣୀ କୁ ୭ ତାରିଖ ଶନିବାର ଦିନିକିଆ ଗସ୍ତରେ ଆସୁଛନ୍ତି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥି ପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ବାବଧାନରେ ସହରକୁ ସଜବାଜ କାର୍ଯ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ଫୁଲବାଣୀ ସଦର ମହକୁମାକୁ ଆସି ପ୍ରଥମେ କନ୍ଧମାଳ ଜିଲ୍ଲାର ବହୁ ପ୍ରତିକ୍ଷୀତ ସରକାରୀ ମେଡିକାଲ କଲେଜର ଲୋକାର୍ପଣ କରିବେ । ଏହି କଲେଜ ଜିଲ୍ଲାର ବହୁ ମେଧାବୀ ଡାକ୍ତରୀ ପାଠ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ନୂତନ ଦିଗ ଦର୍ଶନ କରିବା ସହ ଆଗାମୀ ଦିନରେ ଏହି କଲେଜରେ ସ୍ଥାନୀୟ ଅଂଚଳର ବହୁ ଯୁବ ବର୍ଗ ଡାକ୍ତର ହେବାର ସ୍ବପ୍ନ ପୂରଣ କରିପାରିବ । ୨୦୦୭-୦୮ ମସିହାରେ କନ୍ଧମାଳ ଦଙ୍ଗା ସମୟରେ ବିଭିନ୍ନ ଦାବୀ ଗୁଡିକ ମଧ୍ୟରୁ ଏହି ମେଡିକାଲ କଲେଜ ସ୍ଥାପନ ଏକ ପ୍ରମୁଖ ଦାଵୀ ଥିବା ବେଳେ ଦୀର୍ଘ ବର୍ଷର ଅବସାନ ପରେ କନ୍ଧମାଳକୁ ମିଳିବାକୁ ଯାଇଛି ଏହି ସରକାରୀ ମେଡିକାଲ କଲେଜ । ୨୦୦୭-୦୮ ମସିହା ଦଙ୍ଗା ପରେ ରାଜ୍ୟରେ ଥିବା ବିଜେଡି ଓ ବିଜେପି ମେଣ୍ଟ ସରକାରରୁ ନବୀନଙ୍କ ବିଜେଡି ଦୁରେଇ ଯାଇଥିବା ବେଳେ ସେହି ମସିହା ପରେ ବିଜେଡି ନିଜ ଦମରେ ରାଜ୍ୟରେ ସରକାର ଗଠନ କରି ଯେଉଁ ଦଙ୍ଗା ସମୟରେ ବିଜେପିକୁ ଶାସନର ସ୍ବାଦ ଚାଖୁବା ଠାରୁ ଦୂରରେ ରଖିଥିଲା I ଦଙ୍ଗାର ପ୍ରମୁଖ ଦାବିରେ ସ୍ଥାନ ଥିଲା କନ୍ଧମାଳ ମେଡିକାଲ କଲେଜର ସ୍ଥାପନ ଦାବୀ କୁ ପୂର୍ବ ସରକାର ଦୀର୍ଘ ବର୍ଷ ଗଡେଇ ରଖିବା ପରେ ବର୍ତ୍ତମାନ ଡବଲ ଇଂଜିନ ବିଜେପି ସରକାର କନ୍ଧମାଳର ସରକାରୀ ମେଡିକାଲ କଲେଜକୁ ଲୋକାର୍ପିତ କରି ଜିଲା ବାସୀଙ୍କୁ ଆଗାମୀ ଦିନରେ ବିଜେପି ସପକ୍ଷରେ ପୁନଃ ସମର୍ଥନ ପାଇଁ ପ୍ରୟାସ କରିବ । ଏହି ମେଡିକାଲ କଲେଜ ଫୁଲବାଣୀ ପୌର ପରିଷଦ ଅଂଚଳ ଭିତରେ ନରଖି ଫୁଲବାଣୀ ପୌର ପରିଷଦ ଅଂଚଳରୁ ୪ କିମି ଦୂରରେ ରହିଛି । ଅଳ୍ପ ଦୁରରେ ଗ୍ରାମାଞ୍ଚଳରେ ଗ୍ରାମବାସୀ ମାନେ ଉପକୃତ ହେବା ପାଇଁ ଗ୍ରାମ ପଂଚାୟତ ଅଞ୍ଚଳରେ ସ୍ଥାପିତ କରାଯାଇଛି। ତେଣୁ ସହରାଞ୍ଚଳରେ ଜନସାଧାରଣ ମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜନସାଧରଣ ଚର୍ଚ୍ଚା ହେଉଛି। କିନ୍ତୁ ଗ୍ରାମାଞ୍ଚଳରେ ଗ୍ରାମବାସୀ ମାନେ ଉପକୃତ ହୋଇପାରିବେ ଓ ଅନ୍ୟ ଜିଲ୍ଲାକୁ ଯିବାପାଇଁ ଆଶା ରଖିବେ ନାହିଁ । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ଜନସାଧରଣଙ୍କ ମନରେ ଖୁସି ଦେଖିବାକୁ ମିଳୁଛି । ବିଭିନ୍ନ ଉଦଘାଟନ ପରେ କରୋନେସନ ପଡ଼ିଆରେ ଏକ ସାଧାରଣ ସଭାର ଆୟୋଜନ ରହିଛି ଏଥିରେ ଏକ ବର୍ଷ ବିଜେପି ଶାସନ କଣ କରିଛି ତାହାର ସୃଷ୍ଠ ଚିତ୍ର ଦେଖାଇବ ବିଜେପି ସରକାର। Categories: ଓଡ଼ିଶା, କନ୍ଧମାଳ, ଖୋର୍ଦ୍ଧା, ହୋମ୍ Related Content କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026 ବାତ୍ଯା ପବନ ଯୋଗୁ ବଡଦାଣ୍ଡରେ ପଡୁଛି ବ୍ଯାରିକେଡ by Proprietor Abhimanyu Maharana September 26, 2026