ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତି ଜିଲ୍ଳା ଆର, ଉଦୟଗିର ବନାଞ୍ଚଳ ପରିସର ମଧ୍ୟରେ ରା ଉଦୟଗିରି ବନାଞ୍ଚଳ ଅଧିକାରୀ ଉମାଶଙ୍କର ବିଶୋଇ ଙ୍କ ତତ୍ବାବଧାନରେ ପାଳିତ ହୋଇଛି ବିଶ୍ବ ପରିବେଶ ଦିବସ ୨୦୨୫ ଉପଲକ୍ଷେ ଅନୁଷ୍ଠିତ ହୋଇଯାଇଛି ଏକ ସଚେତନତା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ , ବନ ସୁରକ୍ଷା ସମ୍ମିତିର ସଭ୍ୟ ସଭ୍ୟା , ସ୍ଥାନୀୟ ସମାଜ ସେବୀ ଓ ଗ୍ରାମବାସୀ ଯୋଗଦେଇ ବିଶ୍ବ ପରିବେଶ ଦିବସର ବିଭିନ୍ନ ବିଷୟ ବସ୍ତୁ ଉପରେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

