ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଦକ୍ଷିଣ ଓଡିଶା ରାଜସ୍ବ ବିଭାଗୀୟ କମିଶନର କାର୍ଯ୍ୟାଳୟ ର ଏକ ୩ ଜଣିଆ ଟିମ୍ ମୋହନାସ୍ଥିତ ମିଶନଶକ୍ତି ର ମହିଳାମାନଙ୍କ ସହ ଆଲୋଚନା କରିଛନ୍ତି | ମହିଳାମାନେ କିଭଳି ସ୍ୱାବଲମ୍ବୀ ହୋଇ ପାରୁଛନ୍ତି ତାହା ପଚାରି ବୁଝିଥିଲେ। ମୋହନା ରେ ଥିବା ତିନୋଟି ସ୍ୱୟଂ ସହାୟକ ମହିଳା ଗୋଷ୍ଠି ଙ୍କ ସହ ଆଲୋଚନା କରିଥିଲେ। ଯେପରିକି ସରକାର ଙ୍କ ସମସ୍ତ ପ୍ରକାର ସୁବିଧା ମିଶନଶକ୍ତି ମହିଳା ଙ୍କ ନିକଟରେ ପହଞ୍ଚିବ ତାହା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।

