Home ଓଡ଼ିଶା ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୬ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧବାର୍ଷିକ ଉତ୍ସଵ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନିଆଳି (ଓଡ଼ିଶା ତାଜା ନ୍ୟୁଜ୍) :- ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଅବସରପ୍ରାପ୍ତ ଶିକ୍ଷକ ମଞ୍ଚ ପକ୍ଷରୁ ଶିକ୍ଷକ ଗୌରବ ବନମାଳୀ ବ୍ରହ୍ମଚାରୀଙ୍କ ୩୬ ତମ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ କଟକ ଜିଲ୍ଲା ଅନ୍ତର୍ଗତ ନିଆଳି ବ୍ଳକର ବିନିଶପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଅଛି । ଉକ୍ତ ଶ୍ରାଦ୍ଧ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ଶିକ୍ଷକ ପ୍ରତିନିଧିମାନେ ଯୋଗଦାନ କରି ବ୍ରହ୍ମଚାରୀଙ୍କ ବହୁମୁଖି ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ମଞ୍ଚର ସଭାପତି ଭାଗ୍ୟଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ପରାମର୍ଶଦାତା ମାଧବ ବିଶ୍ବାଳ, ମୁଖ୍ୟ ବକ୍ତା ଭାବରେ ମୁଖ୍ୟ ଉପଦେଶ ପରାମର୍ଶଦାତା ଅଶୋକ କୁମାର ରାୟ, ଯୋଗ କରିଥିଲାବେଳେ ଏଥିରେ ସମ୍ମାନୀତ ଅତିଥିଭାବେ ସଚି ପରିଡା, ଅନ୍ତରଯ୍ୟାମି ସାମଲ, ଅନ୍ତରଯ୍ୟାମି ସ୍ବାଇଁ , ତପନ କୁମାର ତ୍ରିପାଠୀ, ପ୍ରମୋଦ କୁମାର ମିଶ୍ର, ସୁବାସ ଚନ୍ଦ୍ର ରଥ, ପଞ୍ଚାନନ ସ୍ବାଇଁ, ସୁଶାନ୍ତ କୁମାର ନାୟକ, ଜନାର୍ଦ୍ଦନ ଦାଶ, ରବିନ୍ଦ୍ର କୁମାର କର, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ବିଭୂତି ଭୂଷଣ ସାହୁ, ଯାଚକେଶ୍ୱର୍ ପ୍ରଧାନ, ଶରତ ଚନ୍ଦ୍ର ସାହୁ, ଓ କୈଳାଶ ଚନ୍ଦ୍ର ପଲେଇ, ପ୍ରମୁଖ ଯୋଗଦାନ କରି ବ୍ରହ୍ମଚାରିଙ୍କର ସ୍ମୃତିଚାରଣ ପୂର୍ବକ ସେ ମହାପୁରୁଷଙ୍କ ଆଦର୍ଶରେ ଶିକ୍ଷକ ସମାଜ ଅନୁପ୍ରାଣିତ ହେବାକୁ ଉଦବୋଧନ ଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ଜେନା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବାବେଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content କଳିଙ୍ଗ ସାହିତ୍ୟ ମହୋତ୍ସବ ପକ୍ଷରୁ ୨୦୨୬ ବୁକ୍ ଆୱାର୍ଡସ ପାଇଁ ହିନ୍ଦୀ ସର୍ଟଲିଷ୍ଟ ଘୋଷଣା by Proprietor Abhimanyu Maharana July 9, 2026 କଣ୍ଟାବାଞ୍ଜି ପୋଲିସର ତତ୍ପରତା ଓ ଅନିଲ ଅଗ୍ରୱାଲଙ୍କ ସାଧୁତା by Proprietor Abhimanyu Maharana July 8, 2026 କାମ ସାରି ଘରକୁ ଫେରୁଥିବା ବେଳେ ନିଖୋଜ ହେଲେ ଡ୍ରାଇଭର ସୀତାରାମ ସାହୁ by Proprietor Abhimanyu Maharana July 8, 2026 ଭାଲୁଖାଇ ଛେଳି ଗୁହାଳରୁ ଦୁଇ ଯୁବକଙ୍କ ଶବ ଉଦ୍ଧାର, କାରଣ ଅସ୍ପଷ୍ଟ by Proprietor Abhimanyu Maharana July 8, 2026 ରଥଯାତ୍ରା ପାଇଁ ପୋଲିସ ଓ ୮ ସାହି ବାସିନ୍ଦାଙ୍କ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 8, 2026 ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ by Proprietor Abhimanyu Maharana July 8, 2026