ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ପ୍ରତିଷ୍ଠାନ ପରିସରରେ ଏକ ନିଶୁଳ୍କ ବା ମାଗଣା ନିୟୂରୋ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଉକ୍ତ କେନ୍ଦ୍ରକୁ ଉଦଘାଟନ କରି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଉକ୍ତ କେନ୍ଦ୍ରରେ ସକାଳ ୯ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ବିନା ଦେୟରେ ନିୟୁରୋ ସେବା ଯୋଗାଇ ଦେବେ ବୋଲି ସ୍ନାୟୁ ବିଶେଷଜ୍ଞ ଡ଼ ସୂର୍ଯ୍ୟ ପ୍ରକାଶ ଚୌଧୁରୀ ପ୍ରକାଶ କରିଛନ୍ତି।ସ୍ନାୟୁ ଜନିତ ସମସ୍ୟା ନେଇ ଉପାଦେୟ ପରାମର୍ଶ ଦେବା ସହ ରୋଗୀ ସେବା କରିବାର ଇଚ୍ଛା ଏହା ଦ୍ଵାରା ପୂରଣ ହୋଇଛି ବୋଲି ସେ କହିଛନ୍ତି ।

